ଭୁବନେଶ୍ୱର ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) “ଏୟାରଟେଲ” 8.4.2020 :- ବର୍ତମାନ ଜାରି ରହିଥିବା କୋଭିଡ-୧୯ର ଜାତୀୟ ଲକଡାଉନ ସମୟରେ ଅଭିଭାଭକମାନେ ପିଲାମାନଙ୍କୁ ବ୍ୟସ୍ତ ରଖିବା ସହିତ ଘରୁ ରହି କାର୍ଯ୍ୟ କରିବାକୁ ସଠିକ ରୂପେ ପରିଚାଳନା କରିବା ନିମନ୍ତେ ଭାରତୀ ଏୟାରଟେଲ (“ଏୟାରଟେଲ”) ପକ୍ଷରୁ ଏହାର ସମସ୍ତ ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନଙ୍କ ପାଇଁ ଏୟାରଟେଲ ଏକ୍ସଟ୍ରିମ ଆପରେ ସମ୍ପୂର୍ଣ୍ଣ କିଡ କଟେଂଟ ଲାଇବ୍ରେରୀକୁ ମାଗଣାରେ ଉପଲବ୍ଧ କରାଯିବା ପାଇଁ କୁହାଯାଇଛି । ପ୍ରିମିୟମ ଡିଜିଟାଲ କଟେଂଟ ପାଇଁ ଭାରତର ପ୍ରଥମ ଭିଡିଓ ନେଟୱର୍କ ଏୟାରଟେଲ ଏକ୍ସଟ୍ରିମ, ପିଲାମାନଙ୍କ ମନୋରଞ୍ଜନ ଓ ଶିକ୍ଷା ପାଇଁ ଗୁଣବତା ଯୁକ୍ତ କଂଟେଂଟର ଏକ ବ୍ୟାପକ ରେଞ୍ଜ ପ୍ରଦାନ କରୁଛି, ଯେଉଁଥିରେ ସାମିଲ ରହିଛି ଟିଭି ଶୋ, ସର୍ଟ ଫିଲ୍ମ, ମୁଭିଜ, କାର୍ଟୁନ, ଡକ୍ୟୁମେଂଟାରି, ନର୍ସରୀ ରାହିମ୍ସ ଓ ଆହୁରି ଅନେକ କିଛି । ଏୟାରଟେଲ ଏକ୍ସଟ୍ରିମରେ ପ୍ରଦାନ କରାଯାଉଥିବା କେତେକ ଲୋକପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛନ୍ତି ବାଲ୍ ଗଣେଶ, ଲିପଫ୍ରଗ: ଅମେଜିଙ୍ଗ ଆମ୍ୟୁଜମେଂଟ ଆଲଫାବେଟ ପାର୍କ, ଟୁନପୁର କା ସୁପର ହିରୋ, ଆଲାଦିନ, ଟେଲ୍ସ ଅଫ ଅକ୍ବର୍-ବିର୍ବଲ୍ , ଦ ଲିଗୋ ବ୍ୟାଟମ୍ୟାନ ମୁଭି । ଏହା ସମ୍ପର୍କରେ ଭାରତୀ ଏୟାରଟେଲର ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ଏହି ସମାଜିକ ଦୂରତ୍ୱ ପାଳନ ସମୟରେ ପିଲାମାନଙ୍କୁ ବ୍ୟସ୍ତ ରଖିବା ପାଇଁ ଆମେ ଆମର ଏୟାରଟେଲ ଏକ୍ସଟ୍ରିମ ପ୍ଲାଟଫର୍ମରେ ଗୋଟିଏ କିଡ ଚ୍ୟାନେଲର ଶୁଭାରମ୍ଭ କରିଛୁ ଏବଂ ଆମର ସମସ୍ତ ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଏହାକୁ ମାଗଣାରେ ଉପଲବ୍ଧ କରାଇଛୁ । ଏହି ଘଡ଼ିସନ୍ଧି ମୂହୂର୍ତରେ ଏହା କିଛି ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆମେ ଆଶାୟୀ ।”
ଏୟାରଟେଲ୍ ଏକ୍ସଟ୍ରିମରେ ମାଗଣା ଅନଲିମିଟେଡ ପ୍ରିମିୟମ କିଡ କଟେଂଟ

- Categories: Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
Related Content
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026
ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା
by
Proprietor Abhimanyu Maharana
September 11, 2026
ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ
by
Proprietor Abhimanyu Maharana
September 11, 2026
ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ
by
Proprietor Abhimanyu Maharana
September 11, 2026
ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ
by
Proprietor Abhimanyu Maharana
September 11, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026