ଗଜପତି ଜିଲ୍ଲାର ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକା ସାରା ଶର୍ମାଙ୍କ ଶୁଭ ଜନ୍ମ ଦିନ ଅବସରରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର ) ପାରଳାଖେମୁଣ୍ଡି :-  ଆଜି ସନ୍ଧ୍ୟା ସମୟରେ ଗଜପତିର ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକା ମାନନୀୟା ସାରା ଶର୍ମାଙ୍କ ଶୁଭ ଜନ୍ମଦିନ ଅବସରରେ ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଅଭାସୀ (Virtual) ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇସାରିଛି। ମାନନୀୟା ସାରା ଶର୍ମାଙ୍କ ଦୀର୍ଘ ନିରାମୟ ସୁସ୍ଥ ଶରୀରସହ ଶତାୟୁରୁ ଉର୍ଦ୍ଧ୍ବ ଆୟୁଷ ଗଜପତି ବାସୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶର୍ମା ମୋହଦୟା ମଧ୍ୟ ଗଜପତିବାସୀଙ୍କ ପାରିବାରିକ ଅତୁଟ ସମ୍ପର୍କ ସମ୍ପର୍କରେ କହିଥିଲେ ।

ନିକଟ ଭବିଷ୍ୟତରେ ତାଙ୍କର ଏକ ବହି ଲୋକାର୍ପଣ ଏ ଗଜପତିରେ ହେବାପାଇଁ ପ୍ରୟାସ ଜାରି ରଖିଛନ୍ତି କହିଛନ୍ତି । ଏହି ଭରର୍ଚୁଆଲ ପରିସରରେ ବିଚିତ୍ରାନନ୍ଦ ବେବର୍ତ୍ତା, ଗୁରୁ ରଘୁନାଥ ପଟ୍ଟନାୟକ, ତନୁଜା ଶତପଥୀ,ପୂର୍ଣ୍ଣଚନ୍ଦ୍ର ରଥ,ଆରୁପାଞ୍ଜଳି ମହାନ୍ତି,ତନିଶା ବେବର୍ତ୍ତା,ମୀନାକୁମାରୀ ଟହଲ, ଡି ପ୍ରିୟଙ୍କା,ବିଜୟ ମହାପାତ୍ର,ନବୀନ ପ୍ରଭୃତି ଯୋଗଦାନ କରିଥିଲେ ।  (ରିପୋର୍ଟ – ଗୁରୁଡ ଧ୍ଵଜ ଚୌଧୁରୀ )

Exit mobile version