ପୁରାଣ ଜୀରା ବ୍ରିଜ ର କଲଭଟ ଭାସିଗଲା

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ବରଗଡ଼ :- ବରଗଡ଼ ସହର ମଧ୍ୟ ରେ ପ୍ରବାହିତ ଜୀରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ (କଲଭଟ) ଗତ ବର୍ଷାରେ ଧୋଇ ହୋଇ ଯାଇଛି । ଫଳରେ ପୈ । ର ପରିଷଦ ଏକ ଓ୍ବ।ର୍ଡ ର ଲୋକ ଙ୍କ ସହର ସହ ବିଚ୍ଛିନ୍ନ ହୋଇଯାଇଛି । ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣ କାର୍ଯ୍ୟ ପାଇଁ ୮ କିଲୋମିଟର ରାସ୍ତା ବୁଲିକି ଆସିବାକୁ ପଡୁଛି । ଏଠାରେ ସୂଚନାଯୋଗ୍ୟ ଯେ ପୁରୁଣା ବ୍ରିଜ କୁ ଭାଙ୍ଗି ଗତ ତିନି ବର୍ଷ ହେବ ସେହି ସ୍ଥାନରେ ନୂତନ ବ୍ରିଜ ନିର୍ମାଣ କରାଯାଉଛି ।

ତେବେ ନିର୍ମାଣ ସ°ସ୍ଥାର ଅବହେଳା ଯୋଗୁଁ କାମ ଆଗେଇ ପାରୁନଥିବା ପରିଲକ୍ଷିତ ହେଉଛି ।  ନୂତନ ଜିଲ୍ଲାପାଳ ଭାବେ ମନୀଷା ବାନାର୍ଜୀ ଦାୟିତ୍ଵ ଗ୍ରହଣ କଲାପରେ ସେ ନିର୍ମାଣ ଧୀନ ବ୍ରିଜ କୁ ବୁଲି ଦେଖିଥିଲେ ଓ ନିର୍ମାଣ କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଥାପି ସେହି କାର୍ଯ୍ୟ ଆଗେଇ ପାରୁନଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

Exit mobile version