ଭୁବନେଶ୍ୱର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) କୋଲକାତା 8.4.2020 :- କୋଲକାତାର ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ତରଫରୁ କୋଭିଡ୍-୧୯ ବିରୋଧୀ ଲଢ଼େଇରେ ସରକାରଙ୍କୁ ସହଯୋଗ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ପିଏମ୍ କେୟାରସ୍ ଫଣ୍ଡ ଓ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥାପନ କରିଥିବା ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ୍ ପାଣ୍ଠିକୁ ୧.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସହାୟତା ରାଶିରେ ଗ୍ରୁପ୍ର ୨୫୦୦ରୁ ଅଧିକ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ରାଶିକୁ ମଧ୍ୟ ଯୋଗ କରାଯାଇଛି । ଦେଶ ଏବେ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି ଓ ଏହା ସଂସ୍ଥାଗୁଡ଼ିକର ସେବା ଏବଂ ସମ୍ବଳ ଆଶା କରୁଛି । ଏଭଳି ସଙ୍କଟ ପୂର୍ବରୁ କେବେ ଦେଖାଯାଇନଥିଲା । ଏଭଳି ଏକ ସମୟରେ ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ ଗ୍ରୁପ୍ସ୍ ଆଗେଇ ଆସିଛି ଓ କରୋନା ବିଶ୍ୱ ମହାମାରୀ ବିରୋଧୀ ଲଢ଼େଇରେ ସରକାର ଗ୍ରହଣ କରିଥିବା ଅଭିଯାନକୁ ସହାୟତା ପ୍ରଦାନ କରିଛି । ଏ ସଂକ୍ରାନ୍ତରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର ସେନ୍ କହିଛନ୍ତି ଯେ, “ସାରା ବିଶ୍ୱ ଏବେ କୋଭିଡ୍-୧୯ ବିରୋଧରେ ଜୋରଦାର ଲଢ଼େଇ କରୁଛି । ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଏବଂ ପଶ୍ଚିମବଙ୍ଗ ସରକାର ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ବିଶ୍ୱ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଦ୍ୱାରା ସାରା ଦୁନିଆର ବିଭିନ୍ନ ଦେଶର ନିୟୁତାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହି ଭୁତାଣୁର ମୁକାବିଲା ଲାଗି ସରକାର କରୁ୍ଥିବା ଉଦ୍ୟମ ଏବଂ ସରକାରଙ୍କ ସହିତ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ଗ୍ରୁପ୍ ଠିଆ ହୋଇଛି । ଦେଶ, ସମାଜ, କର୍ମଚାରୀ ଏବଂ ଆମର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଆମେ ଶ୍ରେଷ୍ଠ ଚେଷ୍ଟା କରୁଛୁ । ଏହି ଭୂତାଣୁକୁ ଦୂର କରିବା ଏବଂ ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଯାହା କରିବା ଦରକାର ଆମେ ସେହି ପଦକ୍ଷେପ ଗ୍ରହଣ କରିବୁ ।’’ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ଘୋଷଣା କରଯାଇଛି ଯେ କୌଣସି ବେତନ କାଟ ହେବ ନାହିଁ ଏବଂ କଂପାନି କାରବାର ଉପରେ ଯାହା ବି ପ୍ରଭାବ ପଡ଼ୁନା କାହିଁକି ଏହା ନିଜର ୧୦୦ରୁ ଅଧିକ ସୋ’ରୁମ୍ର କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ପ୍ରଦାନ କରିବ ।
କୋଭିଡ୍-୧୯ ବିରୋଧ ଲଢ଼େଇ ପାଇଁ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଗ୍ରୁପ୍ ପକ୍ଷରୁ ସହାୟତା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026
ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା
by
Proprietor Abhimanyu Maharana
September 11, 2026
ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ
by
Proprietor Abhimanyu Maharana
September 11, 2026
ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ
by
Proprietor Abhimanyu Maharana
September 11, 2026
ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ
by
Proprietor Abhimanyu Maharana
September 11, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026