ସୁନାଚେନ୍ ଲୁଟ୍ ଅଭିଯୋଗରେ ୩ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ଢେଙ୍କାନାଳ :- ବହୁ ଦିନର ସୁନାଚେନ୍ ଲୁଟ୍ ଅଭିଯୋଗରେ ଆଜି ଟାଉନ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଲୁଟେରାକୁ କାବୁ କରିବା ସହ ଜଣେ ସହଯୋଗୀକୁ ଗିରଫ କରି କୋର୍ଟ୍ ଚାଲାଣ କରିଛି। ଘଟଣାରୁ ପ୍ରକାଶ, ଗତ ବର୍ଷ ଡିସେମ୍ବର ୨୭ ତାରିଖ ସମୟ ପାଖାପାଖି ୧:୫୦ମି ସହରର କଣ୍ଟାନାଳି ବାଇପାସ୍ ସ୍ଥିତ ଏକ ଟେଲର୍ ଦୋକାନକୁ ହଠାତ୍ ଦୁଇ ଦୁର୍ବୃତ୍ତ ଭିତରକୁ ପଶି ଦୋକାନରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ସେ ପିନ୍ଧିଥିବା ସୁନାଚେନ୍ କୁ ଲୁଟ୍ କରି ନେଇଯାଇଥିଲେ ।

ଏ ନେଇ ପିଡୀତା ମହିଳା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ୫୩୬/୨୦ ରେ ଟାଉନ୍ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ସଦର ଓ ଟାଉନ୍ ପୋଲିସର ମିଳିତ ସହଯୋଗରେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ସୁନାଚେନ୍ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଗୋଟିଏ ଖେଳନା ବନ୍ଧୁକ ଜବତ କରିବା ସହ ଲୁଟ୍ ସୁନାଚେନ୍ ଉଦ୍ଧାର କରିଛି ଏବଂ ଲୁଟ୍ ସୁନାଚେନ୍ ଗ୍ରା‌ହକ ସାଜିଥିବା ଜଣେ ସ‌ହଯୋଗୀକୁ ଗିରଫ କରି କୋର୍ଟ୍ ଚାଲାଣ କରାଯାଇଛି ବୋଲି ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି ।    (ରିପୋର୍ଟ – ଅମର ରଞ୍ଜନ ଦାସ )

Exit mobile version