ସୁମନ୍ତ ଧରୁଆଙ୍କର ଘରେ ପହଞ୍ଚିଲା ପ୍ରଶାସନ : ଗୋଟିଏ ଦିନରେ ଦିଆଗଲା ରାସନ କାର୍ଡ

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ପଦ୍ମପୁର :- ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁକୁପାଲି ଗ୍ରାମର ବିଜୟନଗର ପଡାରେ ୪ବର୍ଷ ହେଲା ବସବାସ କରିଆସୁଥିବା ଅନାଥ ୪ଜଣ ଭାଇଭଉଣୀ ପଦ୍ମନି ଧରୁଆ(୨୦),ହେମନ୍ତ ଧରୁଆ(୧୮), ପଦ୍ମା ଧରୁଆ(୧୬) ଓ ହେମନ୍ତ ଧରୁଆ(୧୦) । ପିତା କାଶୀ ଧରୁଆ ୧୦ ବର୍ଷ ହେଲା ମୃତ୍ୟୁ ବରଣ କରି ସାରିଥିବା ବେଳେ ସ୍ବାମୀ ର ମୃତ୍ୟୁ ପରେ ପରେ ସ୍ତ୍ରୀ ତପସ୍ୱୀନି ଧରୁଆ ଛୋଟ ଛୁଆ ମାନଙ୍କୁ ଛାଡି କୁଆଡେ ଚାଲି ଗଲେ ,

ତେବେଠୁ ଅସହାୟ ପିଲା ମାନେ ବୃଦ୍ଧା ଅଜା ଆଈ ଙ୍କ ପାଖରେ ରହି ଆସୁଛନ୍ତି, ଅଜା ଆଈ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଏହି ଛୁଆ ମାନଙ୍କର ଲାଳନ ପାଳନ କରି ଆସୁଥିଲେ ମାତ୍ର ବୃଦ୍ଧା ଅଜା ଆଈ ଙ୍କ ଅତ୍ୟଧିକ ବୟସ ହେତୁ କିଛି କାମ ଧନ୍ଦା କରି ପାରି ଘରେ ପଡ଼ିରହିଛନ୍ତି ତେଣୁ ସୁମନ୍ତ (୧୦) ବାଧ୍ୟ ହୋଇ ପାଉଁରୁଟି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ,ଦାରିଦ୍ର୍ୟତା କାରଣରୁ ଚାରି ଛୁଆଙ୍କ ଶିକ୍ଷାରେ ମଧ୍ୟ ଡୋରି ପଡ଼ିଛି। ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ମିଳି ନ ଥିବା ସୁମନ୍ତ ଙ୍କ ଅଜା ରାମ ଧରୁଆ ଅଭିଯୋଗ କରିଥିବା ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବାପରେ ଆଜି ସୁମନ୍ତ ଧରୁଆଙ୍କର ଘରକୁ ପହଞ୍ଚିଛି ପ୍ରଶାସନ।ବରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଏକ ଟିମ ଲୁକୁପାଲି ଗ୍ରାମକୁ ଯାଇଥିଲେ ଏବଂ ତଥ୍ୟ ସଂଗ୍ରହ କରିଥିଲେ.ପାଇକମାଲ ଯୋଗାଣ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ତା,ପାଇକମାଲ ସିଡିପିଓ ଅଞ୍ଜଳ ବରିହା,

ସୁରପଭାଇଜର ପ୍ରାଚି ମିଶ୍ର,ଅଙ୍ଗନବାଡି କର୍ମୀ ସୁଶିଲା ବରିହା,ମିଠାପାଲି ସରପଞ୍ଚ ଶ୍ରୀ ସହଦେବ ଧରୁଆ,ମିଠାପାଲି ଯୋଗାଣ ସହାୟକ ହମିତ କୁମାର ସାହୁ ପ୍ରମୁଖ ସୁମନ୍ତ ଧରୁଆ ଘରକୁ ଯାଇ ତୁରନ୍ତ ତାଙ୍କର ନାମରେ ରେସନ କାର୍ଡ ପ୍ରଦାନ କରିଥିଲେ,ଛୁଆପିଲା ମାନଙ୍କ ପାଠପଢା ବ୍ଯବସ୍ଥା ସହ ବୁଢାବୁଢୀଙ୍କ ପାଇଁ ବାର୍ଦ୍ଧକ୍ଯ ପ୍ରଦାନ ଆଦି କରିବାର ପ୍ରତିଶୃତି ଦେଇଥିଲେ । ମିଠାପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ସହଦେବ ଧରୁଆ ତୁରନ୍ତ ସୁମନ୍ତ ପରିବାର କୁ ୩୦ କେଜି ଚାଉଳ ପ୍ରଦାନ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version