ଗୁଣୁପୁର ରେଳ ପଥକୁ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ  ରେଳମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ  ଭେଟିଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ପାରଳାଖେମୁଣ୍ଡି :- ନୌପଡ଼ା ଭାୟା ପାରଳାଖେମୁଣ୍ଡି ଦେଇ ଗୁଣୁପୁର ଯାଇଥିବା ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ଠାରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଭେଟି ପ୍ରଥମେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦ୍ୱୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ପାରଳାଖେମୁଣ୍ଡି ଅଞ୍ଚଳର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ସହ ନୈପଡା-ପାରଳାଖେମୁଣ୍ଡି-ଗୁଣୁପୁର ରେଳ ଲାଇନକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । 

ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରାଓ ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ମୁଖ୍ୟତଃ ଏ ଅଞ୍ଚଳର ବିକାଶ ପାଇଁ ରେଳପଥର ଉନ୍ନତିକରଣ ଓ ସଂପ୍ରସାରଣ ହେବା ଆବଶ୍ୟକ ବୋଲି ଅନୁରୋଧ କରି ନୈପଡା-ପାରଳାଖେମୁଣ୍ଡି-ଗୁଣୁପୁର-ଥେରୁବାଲି ରେଳ ବିଦ୍ୟୁତିକ ଲାଇନ୍‌ର ସଂପ୍ରସାରଣ ବିଷୟରେ ଆଲୋଚନା କରିଥିଲେ । ପ୍ରତି ଉତ୍ତରରେ ଉଭୟ ମନ୍ତ୍ରୀ ଦ୍ୱୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସମସ୍ୟାକୁ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏଥି ପ୍ରତି ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଶ୍ରୀ ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version