ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୦ ଜଣ ମହିଳାଙ୍କ ବନ୍ଧ୍ୟାକରଣ ନିମନ୍ତେ ରେଜିଷ୍ଟ୍ରେସନ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁଲାଇ ଗୁରୁବାର) କଳାହାଣ୍ଡି :- କୋଭିଡ ୧୯ ଆରମ୍ଭ ହେବା ପରେ ପରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ବନ୍ଧ୍ୟାକରଣ ଅପରେସନ ପ୍ରାୟ ବନ୍ଦ ହୋଇଯାଇଥିଲା। ତେବେ ଗତ ମାର୍ଚ୍ଚ ୨୦୨୦ ଠାରୁ ବନ୍ଦ ଥିବା ଏହି କାର୍ଯ୍ୟ ପୁଣି ଥରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହୋଇଛି। ବର୍ତ୍ତମାନ ୩୦ ଜଣ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ ନିମନ୍ତେ ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି। ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରୁ ପ୍ରସୂତି ବିଶେଷଜ୍ଞ ଡାକ୍ତର ମିନତୀ ପ୍ରଧାନ ନର୍ଲାରେ ଉପସ୍ଥିତ ରହି ଫ୍ୟାମିଲି ପ୍ଳାନିଙ୍ଗ ଅପରେସନ କରୁଥିବା ଜଣାଯାଏ ।

ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ସନତ କୁମାର ଶତପଥୀଙ୍କ ତତ୍ତ୍ଵାବଧାନରେ ଡ଼ା କିଶୋର ଚନ୍ଦ୍ର ସାହୁ, ସ୍ଵାସ୍ଥ୍ୟ କର୍ମୀ ସୁରେନ୍ଦ୍ର ସାହୁ,‌ ନର୍ଲା ପିଏଚ୍ଇଓ ବିମଳ ଚନ୍ଦ୍ର ଦୀପ ଓ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ବେଳେ ପ୍ରୋଗ୍ରାମ ଅଫିସର ସବୀର ପଧାନ କାର୍ଯ୍ୟକ୍ରମଟିକୁ ପରିଚାଳନା କରୁଥିଲେ। ଖବର ନେବା ଭିତରେ ୩୦ ଜଣ ମହିଳାଙ୍କ ମଧ୍ୟରୁ ୧୬ ଜଣ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ ସଫଳତା ସହ ସମାପ୍ତ ହୋଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version