ସ୍କର୍ପିଓ ସହ ସ୍କୁଟି ମୁହାଁମୁହିଁ ଧକ୍କା, ୨ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ବୁଧବାର ) ହିଞ୍ଜିଳିକାଟୁ :- ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ଼ ୧୨ ଘଣ୍ଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ରେ ସ୍କର୍ପିଓ (ଓଡି୩୩ ଆର ୯୫୧୭)ସହ ହୋଣ୍ଡା ଏକ୍ଟିଭା ସ୍କୁଟି (ଓଡି୦୭ଏବି ୧୨୬୧)ମୁହାଁମୁହିଁ ଧକ୍କା ଘଟି ୨ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସ୍କୁଟି ଚାଳକ ଶେରଗଡ଼ ଥାନା ମାରୁଡି ଗ୍ରାମର ରୋହିତ ନାୟକ (୩୫) ଓ ସାଥି ଅଶୋକପୁର ଗ୍ରାମର ମିଥୁନ ନାୟକ(୩୪) । ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଠାରୁ ଏକ ସ୍କର୍ପିଓ

ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ମାରୁଡି ଗ୍ରାମର ଦୁଇ ବନ୍ଧୁ ସ୍କୁଟି ଯୋଗେ କୈାଣସି କାମରେ କୁକୁଡାଖଣ୍ଡି ଗ୍ରାମ ଅଭିମୁଖେ ଯାଉଥିବା ବେଳେ ସମରଝୋଳ ଛକ ନିକଟରେ ଭାରସାମ୍ୟ ହରାଇ ସ୍କର୍ପିଓ ସମ୍ମୁଖକୁ ଧକ୍କା ଦେଇ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି ଉଭୟ ସ୍କୁଟି ଚାଳକ ଓ ସାଥି ପ୍ରଚୁର ମଦ୍ୟପାନ କରିଥିବା ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version