ବିଦ୍ୟୁତ ଆଘାତରେ ନାବାଳିକା ମୃତ

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ବୁଧବାର ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଗୁରୁବାର ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ଘର କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଶାସନ ଆମ୍ବଗାଁ ପଞ୍ଚାୟତ ଅଧୀନ ବାଦିଆମ୍ବଗାଁ ବଡପଦର ସାହିର ରଞ୍ଜନ ଗୌଡ଼ଙ୍କ ନାବାଳିକା କନ୍ୟା ସୋନାଲି ଗୌଡ଼(୧୫)। ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ନାବାଳିକା ଜଣକ ଘର ମଧ୍ୟରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ଘରର ବାରିପଟେ କାମ କରୁଥିବା ନାବାଳିକାଙ୍କ ମା’ ସାହି ପଡୋଶୀଙ୍କ ସହାୟତାରେ ନାବାଳିକାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ

ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।ଏନେଇ ହିଞ୍ଜିଳିଥାନାରେ ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ପ୍ରକାଶ ଥାଉକି, ମୃତ ସୋନାଲି ଶାସନ ଆମ୍ବଗାଁ ସ୍ଥିତ ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଘଟଣା ପରେ ସହପାଠୀ ଓ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version