ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ସୁନା ବେଶ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ବୁଧବାର ) ନୂଆଦିଲ୍ଲୀ  :- ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ପବିତ୍ର ସୁନା ବେଶ ପର୍ବ ଭକ୍ତିପୂତ ଓ ମନୋଜ୍ଞ ପରିବେଶ ମଧ୍ୟରେ ପାଳନ କରାଯାଇଛି । ବଢ଼ି ଭୋରରୁ ଦିଅଁମାନଙ୍କ ସମ୍ମୁଖରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ କରାଯିବା ପରେ ଠାକୁରମାନଙ୍କୁ ଦୁର୍ଲଭ ସୁନା ବେଶ ରେ ସଜା ଯାଇଥିଲା

ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୁର୍ଦ୍ଦଙ୍ଗର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀର ଦୃଶ୍ୟ ବେଶ୍ ମନୋରମ ଓ ମର୍ମସ୍ପର୍ଶୀ ଥିଲା । ମହାପ୍ରଭୁଙ୍କର ସୁନା ବେଶ ଦେଖିବା ପାଇଁ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କର ଆଗମନ ଲାଗି ରହିଥିବା ଦେଖା ଯାଇଥିଲା

ତେବେ କୋଭିଡ କଟକଣାକୁ କଡାକଡି ଭାବେ ଅନୁସରଣ କରାଯାଇ ସମଗ୍ର ଉତ୍ସବକୁ ସାଙ୍କେତିକ ସ୍ତରରେ ରଖାଯାଇଥିବା ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଜଣାଇଛନ୍ତି ଚାରି ଠାକୁର ଏବେ ମନ୍ଦିରର ନାଟ୍ୟ ମଣ୍ଡପରେ ବିରାଜମାନ ଅଛନ୍ତି

Exit mobile version