ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ୍ ମାଙ୍ଗାନିଜ୍‌ ଡିଭିଜନ୍ ପକ୍ଷରୁ ଯୋଡ଼ାରେ ୪୦୦ କେଏଲ୍‌ଡି ୱାଟର୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ; ଏହି ବ୍ୟବସ୍ଥା ଦ୍ୱାରା  ଉପକୃତ ହେବେ ୨୮୦୦ ଲୋକ

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ବୁଧବାର ) ଭୁବନେଶ୍ୱର :-  ପରିବେଶ ନିରନ୍ତରତା ପ୍ରତି ଏହାର ପ୍ରତିବଦ୍ଧତା ଅନୁଯାୟୀ, ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ୍ ମାଙ୍ଗାନିଜ୍ ଡିଭିଜନ୍ (ଏଫ୍‌ଏଏମ୍‌ଡି)ର ମାଙ୍ଗାନିଜ୍‌ ଗ୍ରୁପ୍ ଅଫ୍ ମାଇନ୍ସ, ବିଛାକୁଣ୍ଡି ତରଫରୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍‌ ଅଧୀନରେ ଥିବା ବିଛାକୁଣ୍ଡି ଠାରେ ଏକ ୪୦୦ କେଏଲ୍‌ଡି (ଦୈନିକ କିଲୋଲିଟର) ୱାଟର୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଯୁକ୍ତ ପରଭେଜ୍ ଅଖତର୍‌, ଚିଫ୍ ପ୍ରୋଜେକ୍ଟ ର’ ମାଟେରିଆଲ୍‌ସ, ଶ୍ରୀଯୁକ୍ତ ମୁକେଶ ରଂଜନ, ଚିଫ୍ ପ୍ରୋଜେକ୍ଟ ଓଏମ୍‌କ୍ୟୁ, ଶ୍ରୀଯୁକ୍ତ ସିଦ୍ଧାର୍ଥ ଶାହ, ମୁଖ୍ୟ, ମାନବ ସମ୍ବଳ ବ୍ୟବସାୟ ପ୍ରକ୍ରିୟା (କଞ୍ଚାମାଲ୍‌) ଓ ଚିଫ୍ ଡାଇଭର୍‌ସିଟି ଅଫିସର, ଏଂବ କଂପାନିର ବରିଷ୍ଠ ଅଧିକାରୀ ଏବଂ ୟୁନିୟନ୍‌ର କର୍ମକର୍ତାଙ୍କ ଉପସ୍ଥିତିରେ ଏହି ବ୍ୟବସ୍ଥାକୁ ଶ୍ରୀଯୁକ୍ତ ଡି ବି ସୁନ୍ଦର ରମଣ, ଉପ ସଭାପତି (କଂଚାମାଲ), ଟାଟା ଷ୍ଟିଲ୍ ଉଦ୍‌ଘାଟନ କରିଛନ୍ତି । ନିରନ୍ତର ଖଣି ପ୍ରକ୍ରିୟା ବିଷୟରେ ଶ୍ରୀଯୁକ୍ତ ଡି ବି ସୁନ୍ଦର ରମଣ କହିଛନ୍ତି ଯେ, “ପରିବେଶ ନିରନ୍ତରତା ଦିଗରେ ଏହା ଆମର ଆଉ ଏକ ସଫଳ ଉଦ୍ୟମ । ଜଳର ରିଡ୍ୟୁସ୍ (ହ୍ରାସ), ରିୟୁଜ୍‌ (ପୁନଃବ୍ୟବହାର) ଓ ରିସାଇକଲ୍ (ପୁନରୁଦ୍ଧାର) ଆମକୁ ଆମ କର୍ମ କ୍ଷେତ୍ରର ପାରିପାଶ୍ୱିର୍କ ଅଞ୍ଚଳର ଜଳ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ । ଟାଟା ଷ୍ଟିଲ୍ ହାତକୁ ନେଉଥିବା ଯେକୌଣସି ପ୍ରକଳ୍ପରେ ସମସ୍ତ ପରିବେଶ ଓ ସାମାଜିକ ବିଷୟ ବିଚାରକୁ ନିଆଯାଏ ।’’ ଉନ୍ନତ ପ୍ରଯୁକ୍ତି ବ୍ୟବହାରରେ ନିର୍ମାଣ କରାଯାଇଥିବା ଏହି ୱାଟର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସୁନା ନଦୀରୁ ୪୦୦ କେଏଲ୍‌ଡି ପାଣିର ଟ୍ରିଟ୍‌ମେଣ୍ଟ କରିବ ଏବଂ ଏହା ବିଛାକୁଣ୍ଡିରେ ବାସ କରୁଥିବା ପ୍ରାୟ ୨୮୦୦ ଲୋକ ଏବଂ ବିଛାକୁଣ୍ଡିର ଆଖପାଖରେ ଥିବା ଲୋକ ଓ କଂପାନିର କର୍ମଚାରୀଙ୍କ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବ ।

ଏହି ୱାଟର୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ପୋର୍ଟେବଲ୍ ଜଳ ଉତ୍ପାଦନ କରିବ ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ସମସ୍ତ ଗୁଣାତ୍ମକ ମାନଦଣ୍ଡକୁ ପୂରଣ କରୁଛି । ଇନ୍‌ଟେକ୍ ପମ୍ପ୍ ଓ ପାଇପ୍‌ଲାଇନ୍ ଜରିଆରେ ନଦୀ ଜଳକୁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପର୍ଯ୍ୟନ୍ତ ନିଆଯିବ ଏବଂ ଏକ ଜଳାଶୟରେ ସଂରକ୍ଷିତ ରଖାଯିବ । ଆସିଥିବା କଞ୍ଚା ପାଣି କେମିକାଲ୍ ଡୋଜ୍‌ ଦିଆଯିବା ପରେ ତାହାର ଜମାଟ ବାନ୍ଧିବା ପ୍ରକ୍ରିୟା ଆରମ୍ଭ ହେବ, ଯାହା ପରେ ପ୍ରେସର୍‌ ସ୍ୟାଣ୍ଡ୍ ଫିଲ୍‌ଟର୍ ଏବଂ ମାଙ୍ଗାନିଜ୍ ଅକ୍ସାଇଡ୍ ଫିଲ୍‌ଟର୍ ମାଧ୍ୟମରେ ପ୍ରଥମ ବିଶୋଧନ ହେବ । ଏହା ପରେ ଜଳ ଦ୍ୱିତୀୟ ବିଶୋଧନ ପ୍ରକ୍ରିୟା ଦେଇ ଗତି କରିବେ ଯେଉଁଠାରେ ଅଲ୍‌ଟ୍ରାଫିଲ୍‌ଟରେସନ୍‌ରେ ୧ ନେଫେଲୋମେଟ୍ରିକ୍ ଟର୍ବିଡିଟି ୟୁନିଟ୍‌ରୁ କମ୍‌ ଟର୍ବିଡିଟି ହାସଲ କରାଯିବ ଯାହା ପାନୀୟ ଜଳର ଗୁଣାତ୍ମକ ମାନଦଣ୍ଡ ପୂରଣ କରୁଛି । ବିଶୋଧନ ପ୍ରକ୍ରିୟାରେ ଯେଉଁ ବର୍ଜ୍ୟ ଜଳ ସୃଷ୍ଟି ହେବ ତାହାକୁ ଏକ ପିଟ୍ ଜରିଆରେ ସଂଗ୍ରହ କରାଯିବ ଏବଂ ତାହାକୁ ବଗିଚା କାର୍ଯ୍ୟରେ ବ୍ୟବହାର କରାଯିବ । ନିଜ ପରିଚାଳନା ରେ ନିରନ୍ତରତା କୁ ଆଧାର କରିଥିବା ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍‌ ଆଣ୍ଡ୍ ମାଙ୍ଗାନିଜ୍ ଡିଭିଜନ୍ ପକ୍ଷରୁ ଅଞ୍ଚଳ ଚର୍ତୁପାଶ୍ୱର୍ରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଯେଉଁଥିରେ ସାମିଲ ରହିଛି ବର୍ଷା ଜଳ ସଂରକ୍ଷଣ ପୋଖରୀ, ମିୟାୱାକି ପଦ୍ଧତିରେ ବୃକ୍ଷରୋପଣ ଓ ସିଡ୍ ବଲ୍‌, ଆମ୍ବ ତୋଟା, ଛାତରେ ବର୍ଷା ଜଳ ସଂରକ୍ଷଣ ଏବଂ ଇକୋ- ରିଷ୍ଟୋରେସନ୍ ପାର୍କର ବିକାଶ ଯେଉଁଥିରେ ରହିଛି ଏକ ୧୩୦ କେଭି ସୋଲାର୍ ପାୱାର୍‌ ପ୍ଲାଣ୍ଟ ଓ ଏକ ପଲି ହାଉସ୍ ନର୍ସରି । ଏଭଳି ଆହୁରି ଉଦ୍ୟମ ଯୋଜନାରେ ଥିବାରୁ ଏଫ୍‌ଏଏମ୍‌ଡି ଏକ ଉତ୍ତମ ଭବିଷ୍ୟତ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିବା ନିମନ୍ତେ ନିରନ୍ତରତାରେ ଶିଳ୍ପର ଅଗ୍ରଣୀ ରହିବା ପାଇଁ ସନ୍ଧାନ ଜାରି ରଖିଛି ।

Exit mobile version