ନୂଆଗାଁ ପଞ୍ଚାୟତ ସମିତି ର ଏକାଦଶ ତମ ଅଧିବେଶନ ଅନୁଷ୍ଠିତ

ଓଡ଼ିଶା ତାଜାନ୍ୟୁଜ (୨୧ ଜୁଲାଇ,ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ର ଏକାଦଶ ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଇନ୍ଦିରା ଆବାସ ଯେପରି ପ୍ରକୃତ ହିତାଧିକାରୀ ପାଇ ପାରିବେ

ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅଧିବେଶନରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ,ଙ୍କ ସମେତ ବିଭାଗୀୟ ଅଧିକାରୀ, ସରପଞ୍ଚ ,ସମିତି ସଭ୍ୟ ମାନେ ଅଂଶଗ୍ରହଣ କରିଥିଲେ ।  ( ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

Exit mobile version