ବିଦ୍ୟୁତ ଶୁକ୍ଲ ବୃଦ୍ଧି  ପ୍ରତିବାଦରେ ବିଜେପିର ପାଇକମାଲ ବିଦ୍ୟୁତ ବିଭାଗ ସବଡିଭିଜନ ଅଫିସ ସମ୍ମୁଖରେ ବିକ୍ଷୋଭ 

ଓଡ଼ିଶା ତାଜାନ୍ୟୁଜ (୨୧ ଜୁଲାଇ,ବୁଧବାର ) ପଦ୍ମପୁର :- ବର୍ଦ୍ଧିତ ବିଦ୍ୟୁତ ଶୁକ୍ଲ ପ୍ରତିବାଦ ରେ ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ବିଦ୍ୟୁତ ବିଭାଗ ର ଡିଗ୍ରୀସ୍ଥିତ କାର୍ଯ୍ଯାଳୟ ଘେରାଉ କରିଥିଲେ । ବରଗଡ ଜିଲ୍ଲା ବିଜେପି  ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ନେତୃତ୍ବ ରେ ରାଜ୍ଯ କୃଷକ ମୋର୍ଚ୍ଚା ସଂଯୋଜକ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ,ମାଣ୍ଡୋସିଲ ମଣ୍ତଳ ସଭାପତି ସଞୟ ବେହେରା, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ,ଜିଲ୍ଲା ଯୁବମୋର୍ଚ୍ଚ ଉପ ସଭାପତି ଶ୍ରୀ ରୋଶନ ପାଣିଗ୍ରାହୀ,ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଶ୍ରୀ ଯୋଗେନ୍ଦ୍ର ଭୋଇ,ମହିଲା ମୋର୍ଚ୍ଚା ଉପ ସଭାପତି ଶ୍ରୀମତୀ ସୁବାସିନୀ ପ୍ରଧାନ,ଶ୍ରୀ ପୁରନ୍ଦର ସାହୁ,ସୁଶାନ୍ତ ନାଗ, ଦିବାକର ତାଣ୍ତି,ଅକ୍ଷୟ ସାହୁ,ଶ୍ରୀ ମନୋଜ କୁମ୍ଭାର ଙ୍କ ସମେତ ଶତାଧିକ କାର୍ଯ୍ଯକର୍ତ୍ତା ଏକ ଶୋଭାଯାତ୍ରା ଆସି ପାଇକମାଲ ବିଦ୍ୟୁତ ବିଭାଗ ଅଧିକାରୀ ଶ୍ରୀ ପୁରନ୍ଦର ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ପ୍ରତତ୍ବ ଉକ୍ତ ଦାବୀପତ୍ର ରେ ମୁଖ୍ଯତ ମହାମାରୀ ସମୟରେ ବିଦ୍ୟୁତ ମୁଲ୍ଯ ବୃଦ୍ଧି ସାଧାରଣ ଉପଭୋକ୍ତା ପାଇଁ ଅଭିଶାପ ହୋଇ ପଡିଛି । ଅପାର ରାଜ୍ଯ ସରକାରଙ୍କ ଭୁଲି ନିତି ଯୋଗୁଁ ରାଜ୍ୟର ୯୨ ଲକ୍ଷ ଉପଭୋକ୍ତା ଆଥିର୍କ ସଙ୍କଟ ଆଡକୁ ଟାଣି ହୋଇଯାଇଛି ବୋଲି ମତପ୍ରକାଶ ପାଇଥିଲା ।  ଭିତ୍ତିଭୂମି ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପାଖରୁ ଆସୁଥିଲା ବେଳେ ରାଜ୍ଯରେ ଯଥାର୍ଥ ବିକାଶ ନଘଟି ହରିଲୁଟ ଚାଳିଛି । ଏବଂ ରାଜ୍ଯ ସରକାର ଉପଭୋକ୍ତାଙ୍କ ସ୍ବାର୍ଥ କୁ ନଜର ନଦେଇ ବିତରଣ କମ୍ପାନୀ ଙ୍କ ସ୍ବାର୍ଥ ପାଇଁ କାମ କରୁଛନ୍ତି । ଏଣୁ ବିଜେପି ଏହାର ତ୍ରବୀ ପ୍ରତିବାଦ କରିବା ସହ ଆଗାମୀ ଦିନରେ ସାଧାରଣ ଉପଭୋକ୍ତାଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ କୁ ଅଧିକ କ୍ରିୟାଶୀଳ କରିବାକୁ ଯୋଜନା ସ୍ଥିତ କରିଛି । ଏଥି ସହିତ ୬ଟି ଦାବି ପତ୍ରରେ  ଉପସ୍ଥାପନ କରାଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version