ତୃତୀୟ ଗିନିଜ ବୁକ୍ ବିଶ୍ଵ ପାଇଁ କଳାହାଣ୍ଡିର ସତ୍ୟପୀରଙ୍କ ପ୍ରଚେଷ୍ଟା

ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଭବାନୀପାଟଣା ଅନ୍ତର୍ଗତ ଦେପୁର ଗ୍ରାମର ସତ୍ୟପୀର ପଧାନ ମୁଷ୍ଟି ପ୍ରଘାତରେ ଦୁଇଟି ବିଶ୍ଵ ରେକର୍ଡ ସହ ଭାରତର ପଞ୍ଚମ୍ୟାନ ଭାବରେ ପରିଚିତ। ୨୦୧୭ ଓ ୨୦୧୮ ମସିହାରେ ଦୁଇଟି ଗିନିଜ ବୁକ୍ ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି। ଆସନ୍ତା ଜୁଲାଇ ୨୩ ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ମୁଷ୍ଟି ପ୍ରଘାତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ପାଇଁ ଅନୁମତି ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟି ଯୋଦ୍ଧା ପାଭେଲ ରୁଷୋଭଙ୍କର ଗିନିଜ ବୁକ୍ ବିଶ୍ଵ ରେକର୍ଡ ଭାଙ୍ଗି ଭାରତର ନାଁ ଯୋଡ଼ିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ନିଜର ନିଷ୍ଠା ଓ‌ ଏକାଗ୍ରତାରେ ଲୟ ରଖୁଥିବା ସତ୍ୟପୀର ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରିବା ପାଇଁ ପ୍ରୟାସ କରିବେ। ଭୈ।ତିକ ଚିକିତ୍ସା ବିଜ୍ଞାନରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିବା ସତ୍ୟପୀର ଦେପୁର ଗ୍ରାମରେ ରହନ୍ତି । ଗତ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ ଓ ମାତା ଶକୁନ୍ତଳା ପ୍ରଧାନଙ୍କ ସୁପୁତ୍ର ଅଟନ୍ତି। ଆସନ୍ତା ୨୩ ତାରିଖ କାର୍ଯ୍ୟକ୍ରମରେ ତାଙ୍କର ସଫଳତା ପାଇ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସଦର ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଓ ଜିଲ୍ଲାବାସୀ ଭଗବାନଙ୍କ ଠାରେ ସଫଳତା କାମନା କରିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version