ଯୁବଶକ୍ତି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ, ଢେଙ୍କାନାଳ

ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ଢେଙ୍କାନଳ :- ଜିଲ୍ଲା “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସଂଗଠନର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ୱରେ କୋଭିଡ ଯୋଦ୍ଧାଙ୍କୁ ସମ୍ନାନିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରିବା ସହ ଆମ ପରିବେଶ ଓ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ସମସ୍ତେ ସପଥ ନେଇଥିଲେ, ଏହା ସହ କୋଭିଡ ସମୟରେ ଡାକ୍ତର ନର୍ସ, ସ୍ୱାସ୍ଥ୍ୟ କର୍ମୀ,

ସଫେଇ କର୍ମଚାରୀ ମାନେ ଦିନ ରାତି ଅହରହ ଓ ନିଷ୍ଠାପର ନିରନ୍ତର ଭାବରେ ରୋଗୀ ମାନଙ୍କର ସେବା କାର୍ଯ୍ୟ ଜାରି ରଖିଥିଲେ ଯାହା ଫଳରେ ଆଜିର ଦିନରେ ଆମେ ସମସ୍ତେ ସୁସ୍ଥ ଆଉ ସୁରକ୍ଷିତ ରେ ଅଛନ୍ତି, ଏଣୁ ଆଜି ପବିତ୍ର ବାହୁଡା ଯାତ୍ରା ଅବସରରେ ସମସ୍ତ ଡାକ୍ତର ନର୍ସ, ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ଭାଇ ଭଉଣୀ ମାନଙ୍କୁ ଫୁଲ ପୁଷ୍ପ ଦୁବ ବରକୋଳି ଚାଉଳ ହୁଳହୁଳି ଦେଇ ବନ୍ଦାପନା କରିବା ସହ ଉତ୍ତରୀୟ ଦେଇ “କୋଭିଡ ଯୋଦ୍ଧା” ଭାବେ ସଂମାନିତ କରାଯାଇଥିଲା, ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଯୁବନେତା ଅସିତ କୁମାର ରାଇ ଚୌଧୁରୀ (ଚିଣ୍ଟୁ ଭାଇ) ଙ୍କ ପ୍ରଚେଷ୍ଟାରେ ନୂତନ ମେଡ଼ିକାଲର ନିର୍ମାଣଧୀନ କାର୍ଯ୍ୟ ବହୁତ ଶୀଘ୍ର ଆଗେଇ ଚାଲିଥିବାରୁ ଅଞ୍ଚଳ ବାସୀ କୃତଜ୍ଞତା ଜ୍ଞାପନ ଜଣାଇଥିଲେ,

ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ସଂମାନିତ ଅତିଥି ବ୍ଲକ ବିଜେଡି ଯୁବ ସଭାପତି ସୁବ୍ରତ ଦାସ,ପରଜଙ୍ଗ ସରପଞ୍ଚ ପ୍ରିୟଜୀତ ସାମଲ, ଡାକ୍ତର ଅରୁଣ କୁମାର ସାହୁ, ଅଭିଷେକ ଦ୍ବିବେଦୀ, ଶିବାନି ଶୁଭଦର୍ଶିନୀ ନାୟକ, ସ୍ୱୟଂମ ସ୍ୱାସ୍ତିକ ସାହୁ, ମୁକ୍ତା କୁମାରୀ, ସ୍ୱାଧୀନ କର, ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ, ସୁରକ୍ଷା କର୍ମୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version