ଇସ୍ ବାର ସବ୍‌କେ ଲିଏ ଜାଗୋରେ ଅଭିଯାନର ଉନ୍ମୋଚନ

ଓଡ଼ିଶା ତାଜାନ୍ୟୁଜ (୧୯ ଜୁଲାଇ ସୋମବାର ) ପୁରୀ :- ଟାଟା ଟି’ ପକ୍ଷରୁ ଜାଗୋରେ ଅଭିଯାନର ସଦ୍ୟତମ ସଂସ୍କରଣ ଜାଗୋରେ, ଇସ୍ ବାର ସବ୍‌କେ ଲିଏ ଜାଗୋରେ ଅଭିଯାନର ଉନ୍ମୋଚନ କରାଯାଇଛି ଯାହାର ଲକ୍ଷ୍ୟ ହେଉଛି ସଂପ୍ରତି ମହାମାରରୀ ସମୟରେ ସାଧାରଣରେ ସଚେତନତା ସୃଷ୍ଟି କରିବା । ଗତ ବର୍ଷର ଅଭିଯାନ ଇସ୍ ବାର୍ ବନ୍ଦୋ କେ ଲିଏ ଜାଗୋରେ, ଇସ୍ ବାର୍ ସବ୍‌କେ ଲିଏ ଜାଗୋରେ ଅଭିଯାନକୁ ଆଗକୁ ବଢ଼ାଇ ଏଥର ଅଭିଯାନରେ ଟିକାକରଣ ଯାତ୍ରାରେ ସାହାଯ୍ୟ ଦରକାର କରୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଲୋକମାନଙ୍କୁ ଆହ୍ୱାନ ଦିଆଯାଇଛି । ଏଥିରେ ବ୍ୟକ୍ତିବିଶେଷମାନଙ୍କୁ ଆଗକୁ ଆଗେଇ ଆସି ଗୃହ ସହାୟକ, ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ଓ ବଗିଚାରେ କାମ କରୁଥିବା ଲୋକମାନଙ୍କୁ ଟିକାକରଣରେ ସାହାଯ୍ୟ କରିବା ଲାଗି ଆହ୍ୱାନ ଦିଆଯାଇଛି । ଟିକାକରଣ ପ୍ଲାଟଫର୍ମରେ ସେମାନଙ୍କ ଲାଗି ପଂଜୀକରଣ କରାଇଦେବା ଠାରୁ ଆରମ୍ଭ କରି ସେମାନଙ୍କୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ନେବା କାମରେ ସାହାଯ୍ୟ କରିବା ଲାଗି କୁହାଯାଇଛି । ଏବେ ଲେ।।କମାନେ ଟିକାକରଣକୁ ନେଇ ଅନେକ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି । ସଚେତନତା, ଭ୍ରମ ଧାରଣ, ଡିଜିଟାଲ୍ ସମସ୍ୟା, ପ୍ରଯୁକ୍ତି ଓ ଭାଷାଗତ ସମସ୍ୟା ଯୋଗୁଁ ଟିକାକରଣରେ ସମସ୍ୟା ସାମ୍ନା କରୁଛନ୍ତି । ଏଥର ଜାଗୋରେ ଅଭିଯାନରେ ଏହି ସମସ୍ୟାକୁ ଦୂର କରିବା ଲାଗି ଉଦ୍ୟମ କରାଯାଇଛି । ସହାୟକ ଷ୍ଟାଫମାନଙ୍କ ଟିକାକରଣ ଲାଗି ସେମାନଙ୍କୁ ସାହାଯ୍ୟ କରିବା ଲାଗି ଆହ୍ୱାନ ଦିଆଯାଉଛି ।

ସୋସିଆଲ ମିଡିଆରେ ପ୍ରଭାବ ସୃଷ୍ଟି କରିପାରୁଥିବା ଲୋକମାନଙ୍କୁ ମଧ୍ୟ ସହଯୋଗ ପ୍ରଦାନ କରିବାକୁ କୁହାଯାଇଛି । ଟିକାକରଣ ସମ୍ପର୍କିତ ସୂଚନା, ସମ୍ବଳ ଓ ସହାୟକ ପରାମର୍ଶ ବିଷୟରେ ତଥ୍ୟ ପ୍ରଦାନ କରିବା ଲାଗି ମାଇକ୍ରୋ ୱେବସାଇଟ୍‌ର ବ୍ୟବସ୍ଥା କରାଯାଇଛି । ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ସ୍ୱେଚ୍ଛାସେବୀ ଗୋଷ୍ଠୀ ଓ ଏନଜିଓଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଏହି ଅଭିଯାନ ସମ୍ପର୍କରେ ପୁନୀତ ଦାସ, ସଭାପତି-ପ୍ୟାକେଜଡ୍‌ ବେଭରେଜେସ୍ (ଭାରତ ଓ ଦକ୍ଷିଣ ଏସିଆ), କହିଛନ୍ତି ଯେ, “ସାମାଜିକ ସମସୃାର ମୁକାବିଳା ଲାଗି ସଚେତନତା ସୃଷ୍ଟି କରିବା ଓ ପଦକ୍ଷେପ ଗ୍ରହଣ କରିବା ଲାଗି ଲୋକମାନଙ୍କୁ ଅନୁପ୍ରାଣିତ କରିବାରେ ଜାଗୋରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏଥର ଆମେ ଆମକୁ ପ୍ରତିଦିନ ସାହାଯ୍ୟ କରୁଥିବା ଲୋକମାନଙ୍କ ସୁରକ୍ଷା ପ୍ରଦାନ କରୁଥିବା ଲୋକମାନଙ୍କ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ଟିକାକରଣରେ ସହାୟତା ପାଇଁ ଉଦ୍ୟମ କରୁଛୁ । ଟିକାକରଣର ଆବଶ୍ୟକ, ସଚେତନତା, ସେଥିପାଇଁ ଦରକାର ହେଉଛି ପରାମର୍ଶ ଆଦି ପ୍ରଦାନ କରିବା ସହ ଲୋକମାନଙ୍କୁ ଅନୁପ୍ରାଣିତ କରିବା ଲାଗି ଗୋଷ୍ଠୀର ସହଯୋଗୀଙ୍କ ସହ ମିଶି କାମ କରୁଛୁ । ଏହି ଅଭିଯାନ ଜରିଆରେ ଟିକାକରଣ ଅଭିଯାନରେ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଆମେ ଲକ୍ଷ୍ୟ ରକିଛୁ କାରଣ ଆମର ବିଶ୍ୱାସ ରହିଛି ଯେତେ ଦିନ ପର୍ଯ୍ୟନ୍ତ ସମ୍ସ୍ ସୁରକ୍ଷିତ ନୁହନ୍ତି ତେବେ କେହି ସୁରକ୍ଷିତ ନୁହନ୍ତି ।’’

Exit mobile version