କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦେଶ କୁ ମଣିଲେ ନାହିଁ ଡମପଡା ବ୍ଲକ କର୍ମକର୍ତ୍ତା। ତାଳବସ୍ତ ଗ୍ରା.ପ.ରେ ବନ୍ଧା ପଡିଛି ଶ୍ରମିକ ଙ୍କ ଯବ କାର୍ଡ ! ଅଭିଯୋଗ ଆଣିଲା ବିଜେପି

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ବାଙ୍କୀ :-ଗ୍ରାମାଞ୍ଚଳର ଉନ୍ନତି ,ବିକାଶ ଓ ଗ୍ରାମ ଶ୍ରମିକମାନଙ୍କୁ ନିଜ ଗ୍ରାମରେ ରୋଜଗାର ଦେବା ପାଇଁ କେନ୍ଦ୍ର ସରକାର ମନେରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାଙ୍କୀ ଡମପଡ଼ା ବ୍ଲକ ତାଳବସ୍ତ ପଂଚାୟତ ସାମନ୍ତରାପୁର ଗ୍ରାମରେ ବ୍ୟତିକ୍ରମ ହୋଇଥିବା ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଆଜି ଡମପଡ଼ା ବ୍ଲକ ବିଡିଓଙ୍କୁ ସାକ୍ଷାତ କରି ଆର୍ତ୍ତବନ୍ଧୁ ଲେଙ୍କାକୁ ସାକ୍ଷାତ ପ୍ରତିବାଦ କରିଛନ୍ତି । ତାଳବସ୍ତ ପଂଚାୟତର ସମାନ୍ତପୁର ଗ୍ରାମରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନିତି ସଂପର୍କରେ ଶ୍ରୀ ପାଢ଼ୀ ବି.ଡି.ଓଙ୍କୁ ଅବଗତ କରି କହିଛନ୍ତି ଯେ ଶ୍ରମିକମାନେ କାମ ନକରି ବିଭାଗୀୟ ଅଧିକାରୀ , କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଦାୟିତ୍ୱରେ ଥିବା ସହକାରୀ ପ୍ରକଳ୍ପ ଅଧିକାରିଣୀମାନେ ଗାଁର କିଛି ମୁଷ୍ଟିମୟ ଲୋକ ଓ ସରପଞ୍ଚ ଦୀନବନ୍ଧୁ ସାହୁ ଙ୍କ ସହିତ ମିଶି ଜବ୍ କାର୍ଡଧାରିମାନଙ୍କ ନାମରେ କାମ ନକରି ଅନ୍ୟ ଲୋକ ଦ୍ୱାରା ମିଛି ମିଛିକା କାର୍ଯ୍ୟ କରି କାଗଜ କଲମ ରେ ଲକ୍ଷାଧିକ ଟଙ୍କାର ଆତ୍ମସାତ କରାଯାଇଛି । ତାଳବସ୍ତ
ପଂଚାୟତର ୨୪ଗୋଟି ୱାର୍ଡ ମଧ୍ୟରୁ ୧୮ ଓ ୧୯ନମ୍ବର ୱାର୍ଡର ସାମନ୍ତରାପୁର ଗ୍ରାମରେ କେଉଁଠି ମନେରେଗା ଯୋଜନାରେ ରାସ୍ତା ନିର୍ମାଣ , ପୋଖରୀର ଉନ୍ନତି କରଣ ଏବଂ ପାର୍କ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଥିଲା ।କାମ ନହୋଇ କିଛି ଯାଗାରେ ମାଟି ପକାଯାଇ ଲକ୍ଷ ଲକ୍ଷ ଟଙ୍କା ତ ଆତ୍ମସାତ କରାଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯେଉଁ ଶ୍ରମିକମାନଙ୍କ ନାମରେ ଜବ୍କାର୍ଡ ମାଧ୍ୟମରେ ମାଷ୍ଟର ରୋଲ୍ ଖୋଲାଯାଇ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି ସେଥିରେ ଦୁର୍ନିତି ହୋଇଥିବା ଅଭିଯୋଗ କରାଯାଇଛି । ମାଷ୍ଟର ରୋଲ୍ ନମ୍ବର ୭୭୯୧ ଚଣ୍ଡେଶ୍ୱର ଜେନା ସେ ପ୍ରକାଶ କରିଛନ୍ତି କେବେବି ପାର୍କ ନିର୍ମାଣ ସ୍ଥାନକୁ ଯାଇନାହାନ୍ତି ସେହିଭଳି ସୁଧୀର ଜେନା ଙ୍କ ସମିତ କିଛି ଶ୍ରମିକ ଙ୍କ ନାମରେ ମାଷ୍ଟର ରୋଲ୍ ଖିଲାଯାଇ ୧୦,୦୦୦୦ ରୁ ୬୩୩୩୬୦ ଟଙ୍କା ଶ୍ରମିକ ଙ୍କ ଯବ କାର୍ଡ ରେ ପ୍ରଦାନ କରାଯାଇଛି।ଯେଉଁ ସ୍ଥାନରେ ପାର୍କ ନିର୍ମାଣ କରିବା କଥା ସେହି ଜାଗାରେ ନିର୍ମାଣ କରାଯାଉନାହିଁ । ଅନ୍ୟତ୍ର ଅଳ୍ପ କିଛି ମାଟି ପକାଇ ଟଙ୍କାକୁ ଆତ୍ମସାତ ହୋଇଛି ସରପଞ୍ଚ ,ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତ ଙ୍କ ଜ୍ଞାତ ସାରରେ ହୋଇଥିବା ଅଭିଯୋଗ ଛନ୍ତି ଉକ୍ତ ଗ୍ରାମର କିଛି ବୁଦ୍ଧିଜୀବୀ । ସାମନ୍ତରାପୁର ଇନ୍ଦିରା ପ୍ରିୟଦର୍ଶନୀ ହାଇସ୍କୁଲ ଖେଳ ପଡିଆର ଉନ୍ନତି କରଣ ପାଇଁ ତା. ୦୧.୦୬.୨୦ରେ
୫ଲକ୍ଷ ଟଙ୍କାର ଅନୁଦାନ ଆଣି କୌଣସି ମାଟି କାମ ନକରି ସେଠାରେ ଖାଲି ୪ଗୋଟି ସିମେଣ୍ଟ୍ରେ ବେଞ୍ଚ୍ ନିର୍ମାଣ କରାଯାଇ ସମସ୍ତ ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ କରାଯାଇଛି ବ୍ଲକ କନିଷ୍ଠ ଯନ୍ତ୍ରୀ ନାମରେ କିଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ପ୍ରକଳ୍ପ କୁ ବାବୁ ଠିକାଦାର ଙ୍କୁ ପ୍ରକଳ୍ପ ର ପୂର୍ଣାଙ୍ଗ ଚେକ ପେମେଣ୍ଟ କରାଯାଇଛି ତାହା ତଦନ୍ତ ସାପେକ୍ଷ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଡମପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ସିଂ ରୁବାନ ଯୋଜନାରେ ନିଜ ନାମ ରେ ୧୦ଲକ୍ଷ ଟଙ୍କା ବିନିମୟରେ ମହାଦେବ ପୋଖରୀ ଉନ୍ନତି କାର୍ଯ୍ୟ ଦେଶ ଆଣି ମେସିନ ସାହାଯ୍ୟ ରେ ଅଳ୍ପକିଛି କାର୍ଯ୍ୟ କରି ୧୦ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରତାପସିଂ ରଥ ଓ ଅନେକ ଗ୍ରାମ ବାସୀ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଡମପଡା ବ୍ଲକ ରେ ଥିବା ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତ ସବୁ ଜାଣି କାଗଜ ପତ୍ର କିପରି ଠିକ କରାଯାଇ ଅର୍ଥ କୁ ହଡପ କରାଯିବ ସେଥିପାଇଁ ସବୁବେଳେ ତତ୍ପର।ତାଙ୍କ ସମୟରେ ଡମପଡା ବ୍ଲକ ର ସମସ୍ତ କାର୍ଯ୍ୟ ରେ ଦୁର୍ନୀତି ହୋଇଥିବା ବହୁ ରାଜନେତା ଅଭିଯୋଗ ଆଣିଛନ୍ତି।ଶାସକ ଦଳ ର ଏଜେଣ୍ଟ ସାଜି ସମସ୍ତ କାର୍ଯ୍ୟ ରେ କମିଶନୀ ଆଦାୟ କରି ରାଜନୈତିକ ବଡ଼ପଣ୍ଡା ଙ୍କୁ ସନ୍ତୋଷ କରିବା ବାସ୍ତବିକ ତଦନ୍ତ ସାପେକ୍ଷ।ଯନ୍ତ୍ରୀ ରାଉତ
ଙ୍କ କାର୍ଯ୍ୟ ର ତଦନ୍ତ ସହ ତାଙ୍କର ଉପରେ ସରକାର ଓ ୫ଟି ଭିଜିଲାନ୍ସ ତଦନ୍ତକରିବା ପାଇଁ ଅନୁରୋଧ କରିଛନ୍ତି ଜମ୍ବେଶ୍ୱର ସାହୁ,ଦୁର୍ଯ୍ୟୋଧନ କୁରଙ୍ଗ,ନିଶାକର ଦେବତା। ତାଳବସ୍ତ ପଞ୍ଚାୟତ ର ମହା ଦୁର୍ନୀତି ରେ ସମାନ ଭାଗିଦାରୀ ସରପଞ୍ଚ ସାହୁଙ୍କ ର ତାଳବସ୍ତ ପଞ୍ଚାୟତ ର ସମସ୍ତ କାର୍ଯ୍ୟ ର ତଦନ୍ତ ପାଇଁ ବିଜେପି ଦାବି କରିଛି।ଦୁର୍ନୀତି ସମ୍ପର୍କରେ କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କରଙ୍କୁ ଅବଗତ କରାଯିବା ପରେ ସେ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶକୁ ଆମାନ୍ୟ କରିସହକାରୀ ଯନ୍ତ୍ରୀ ଓ ସରପଞ୍ଚ ଙ୍କ ନିର୍ଦେଶ ରେ ପୁନର୍ବାର କାର୍ଯ୍ୟ କରାଯାଇ ଦୁର୍ନିତିକୁ ଲୁଚାଇବା ପାଇଁ ପ୍ରୟାସ ଚାଲିଥିଲା । ଗ୍ରାମବାସୀ ଏହାକୁ ବିରୋଧ କରିବାରୁ କାଲି ଗ୍ରାମବାସୀ ଓ ଠିକାଦାର ଙ୍କ ମଧ୍ୟରେ ବଚସା ହୋଇଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ।ଆଜି ବାଙ୍କୀ ବିଜେପି ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ଡମପଡା ବ୍ଲକ ବିଡ଼ିଓ ଆର୍ତ୍ତ ବନ୍ଧୁ ଲେଙ୍କା ଙ୍କ ସହ ଏସମ୍ପର୍କ ରେ ଆଲୋଚନା କରିଥିଲେ କିପରି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ବାରଣ ସତ୍ୱେ କିପରି କାର୍ଯ୍ୟ ହେଉଛି ତାହା କାହା ନିର୍ଦ୍ଦେଶ ରେ ଓ ସବୁଠାରୁ
ଗୁରୁତ୍ୱପୂର୍ଣ୍ଣ ଚିନ୍ତା ର ବିଷୟ ଏପିଓ ଅଭିଳlସା ସିଂ ଦେଓ ଙ୍କ କାର୍ଯ୍ୟ ଶୈଳୀ କୁ ନେଇ ମାଷ୍ଟର ରୋଲ୍ ରେ ଶ୍ରମିକ ଙ୍କ ନାମ କୁ ନେଇ ଫୋଟୋ ସହ ଅନଲାଇନ ରେ ଲୋର୍ଡ କରିବା କଥା ମାତ୍ର କାହା ଫୋଟୋ ଲୋଡ ନକରି ସରକାର ନିୟମ କୁ ଅବମାନନା କରିଛନ୍ତି ତାହା ତଦନ୍ତ ସାପେକ୍ଷ।ବିଡ଼ିଓ ଲେଙ୍କା ଅତି ହାଲ୍କା ଭାବରେ ଶ୍ରୀ ପାଢି ଙ୍କୁ କହିଥିଲେ ଉକ୍ତ କାର୍ଯ୍ୟ ବର୍ତ୍ତମାନ ବନ୍ଦ ପାଇଁ ପ୍ରକଳ୍ପ ଅଧିକାରୀ କହିଛନ୍ତି ତେଣୁ କାଲି କିପରି କାର୍ଯ୍ୟ ହେଲା ମୁଁ ଜାଣିନାହିଁ ଆଜି ବନ୍ଦ କରୁଛି।ଶ୍ରୀ ପାଢୀ ଙ୍କ ସହ ଯୁବ ବିଜେପି ନେତା ହେମନ୍ତ ଜେନା ବିଡ଼ିଓ ଲେଙ୍କା ଙ୍କ ସହ ଦୁର୍ନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଦୁର୍ନୀତି ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଦାବି କରିଛନ୍ତି ।