ବର୍ଦ୍ଧିତ ବିଦ୍ୟୁତ୍ ଶୁକ୍ଳ ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ବାଙ୍କୀ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ବାଙ୍କୀ :-ରାଜ୍ୟରେ କରୋନା ସମୟରେ ଦୁଇ ଦୁଇ ଥର ବିଦ୍ୟୁତ୍ ଶୁକ୍ଳ ବୃଦ୍ଧି କରି ହାରାହାରି ଉପଭୋକ୍ତାମାନଙ୍କ ପିଛିା ୨୫୦ ରୁ ୭୫୦ ଟଙ୍କା ବା ତଦୁର୍ଦ୍ଧ ବିଦ୍ୟୁତ୍ ଶୁକ୍ଳ ରାଜ୍ୟ ସରକାର ବଢ଼ାଇ ଛନ୍ତି । ଓଡ଼ିଶା ସରକାର ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଗତ ୩୦ବର୍ଷ ଧରି କମ୍ପାନୀମାନଙ୍କୁ ବିଦ୍ୟୁତ୍ ବଣ୍ଟନ ଦେଇଆସୁଛନ୍ତି । ଏବେ ଟାଟା କମ୍ପାନୀକୁ ଏହି ଦାୟିତ୍ୱ ଦିଆଯାଇ ଅଛି । କିନ୍ତୁ ପାରିତାପର ବିଷୟ ବିଦ୍ୟୁତ୍ କ୍ଷେତ୍ରରେ ଯେତେପ୍ରକାର କ୍ଷତି ଓ ଅହେତୁକ ଲାଭକୁ ଭରଣ କରିବା ପାଇଁ ସରକାର ବିଦ୍ୟୁତ୍ ଶୁକ୍ଳ ବୃଦ୍ଧି ଘଟାଇ ଉପଭୋକ୍ତାମାନଙ୍କ ଠାରୁ ସେହି ଅର୍ଥକୁ ଆଦାୟ କରୁଛନ୍ତି । ରାଜ୍ୟ ସରକାର ବେଆଇନ୍ ଓ ବିନା ବିଚାରରେ ଏହି ଅହେତୁକ ବିଦ୍ୟୁତ୍ ଶୁକ୍ଳର ବୋଝ ଲଦି ଦେଇଛନ୍ତି । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବିତରଣ କମ୍ପାନୀ ପାଇବାରେ ଓଡ଼ିଶା ସରକାର ମଧ୍ୟ କମ୍ପାନୀର ସ୍ୱାର୍ଥରେ କାମ କରୁଛନ୍ତ୍‌ । ଓଡ଼ିଶା ବିଧାନ ସଭାରେ ଭାରତୀୟ ଜନତାପାର୍ଟି ବିଧାୟକମାନଙ୍କ ଦ୍ୱାରା ଆଗତ କରାଯାଇଥିବା

ମୁଲତବି ପ୍ରସ୍ତାବ ଆଧାରରେ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ପକ୍ଷରୁ “ ଓଡ଼ିଶା ବିଦ୍ୟୁତ୍ ନିୟାମକ” ଆୟେଗକୁ ରିଭ୍ୟୁପିଟିସନ୍ ଦେବେ ବୋଲି ଉତ୍ତର ଦେଇଥିଲେ । ଦୁର୍ଭାଗ୍ୟଜନକ ବିଷୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ବିଧାନ ସଭାରେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିନାହାଁନ୍ତି । ଏଥିରୁ ପ୍ରମାଣିତ ହେଉଛି ରାଜ୍ୟ ସରକର ରାଜ୍ୟବାସୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସମଗ୍ର ଦେଶର ସମସ୍ତ ରାଜ୍ୟ ସରକାର ବିଦ୍ୟୁତ୍ ଦେୟ କ୍ଷେତ୍ରରେ ସବସିଟ୍ ପ୍ରଦାନ କରୁଛନ୍ତି । ବିଶେଷ କରି ଓଡ଼ିଶା ସରକାର ସବସିଡ୍ ପ୍ରଦାନ ପ୍ରତି ଆଖି ବୁଜିଦେଇଛନ୍ତି । ଆଜି ରାଜ୍ୟ ବିଜେପି ଆହ୍ୱାନ କ୍ରମେ ବାଙ୍କୀ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ କମିଟି ସଭ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ

ବିଜେପି କର୍ମକର୍ତ୍ତାମାନେ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ବିଦ୍ୟୁତ୍ ବିଭାଗର ଉପପରିଚାଳକଙ୍କ ମାଧ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରି ୫ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଅଘୋଷିତ ବିଦ୍ୟୁତ୍ କାଟକୁ ବନ୍ଦ କରି ୨୪ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ, କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍ ଦେୟାର ସବ୍‌ସିଡ୍ ପ୍ରଦାନ , ବିଦ୍ୟୁତ୍ ଉପଭୋକ୍ତାମାନେ ଠିକ୍ ସମୟରେ ଶୁକ୍ଳ ପୈଠ କରି ନପାରିଲେ ତାଙ୍କ ଉପରେ ହେଉଥିବା ଜୋର ଜୁଲମ୍ ବନ୍ଦ କରିବା ପାଇଁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସଂଗ୍ରାମ ବିଭୂତି ରାୟ, ସୀତାକାନ୍ତ ମିଶ୍ର , ମମତା ମହାପାତ୍ର, ରାଜ୍ୟ ବିଜେପି କାର୍ଯ୍ୟକାରୀ କମିଟି ସଭ୍ୟ ଓ ସମସ୍ତ ମଣ୍ଡଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Exit mobile version