ପ୍ରଗତିବାଦୀ ର ପ୍ରଭାବ ରେ ପ୍ରଶାସନ ର ନିଦଭାଙ୍ଗିଲା । ତାରପୁର ଶବର ସାହି କୁ ଆରମ୍ଭ ହେଲା ପକା ରାସ୍ତା ନିର୍ମାଣ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂ ସର ପଞ୍ଚାୟତ ସ୍ଥିତ ୧୪ ନମ୍ବର ୱାର୍ଡ ରେ  ୬୦ ପରିବାର ଉର୍ଦ୍ଧ୍ବ  ୫୦ ବର୍ଷରୁ ଉର୍ଦ୍ଧ ତାରପୁର ଶବର ସାହି ଗାଁ ଲୋକେ ବାସ କରିଆସୁ ଥିବା ଜଣାପଡିଛି।ଶବର ସାହି ଗାଁ ଲୋକେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ବାଙ୍କୀର ଶାସକ ଓ ବିରୋଧୀ ଦଳର ନେତା ମାନଙ୍କୁ ବାରମ୍ବାର ପକ୍କା ରାସ୍ତାଟିଏ ନିର୍ମାଣ କରିବା ପାଇଁ ନେହୁରା ହୋଇ କହିଆସୁଥିଲେ ମଧ୍ୟ ନିର୍ବାଚନ ବେଳେ କେବଳ ପ୍ରତିଶୃତି ଦେବା ବ୍ୟତୀତ ନିର୍ବାଚନ ପରେ କର୍ଣ୍ଣପାତ କରୁନଥିବା ଶବର ସାହି ଲୋକ ମାନେ ଦୁଃଖ ର ସହ

ଅଭିଯୋଗ କରିଥିଲେ। ତାରପୁର ଶବର ସାହି ଗାଁ କୁ ପକା ରାସ୍ତାଟିଏ ନଥିବାରୁ ମାଟି, କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଲୋକମାନେ ଯାତାୟତ କରୁଥିଲେ।ଉକ୍ତ ଗାଁ କୁ ପକ୍କା ରାସ୍ତାଟିଏ ନଥିବାରୁ ଗାଁ ଲୋକେ ମୁଖ୍ୟ ରାସ୍ତା କୁ ମାଟି କାଦୁଅ ରାସ୍ତାରେ ଅତି କଷ୍ଟେ ମଷ୍ଟେ ଯାତାୟତ କରୁଥିବା ବେଳେ ରୋଗୀଙ୍କୁ ଦୋଳା କିମ୍ୱା ଖଟିଆରେ ବୁହାଇ ନେଉଥିଲେ। ଖବର ପ୍ରଗତିବାଦୀ ରେ ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗିଲା ପରେ ତାରପୁର ଶବର ସାହି ଗାଁ କୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତାରପୁର ଶବରସାହି ଗାଁ କୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ତାରପୁର ଶବରସାହି ଗାଁ ଲୋକଙ୍କ ମନରେ ଖୁସି ପ୍ରକଟ କରି ପ୍ରଗତିବାଦୀ କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Exit mobile version