ବରପାଲି ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାରବରଗଡ଼ :- ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ର ସଫଳ ରୂପାୟନ ପାଇଁ ଆଜି ବରପାଲି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ବଣ୍ଟନ କରିଥିଲେ। ଏହି ଅବସରରେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରପାଲି ତହସିଲଦାର ଅକ୍ଷୟ କୁମାର ବାଗ,

ସମାଜସେବୀ ମହେନ୍ଦ୍ର କୁମାର ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭା କୁ ପରିଷଦ ର ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେର ପରିଚାଳନା କରିଥିଲେ। ସଭାର ବହୁ ହିତାଧିକାରୀ ଉପସ୍ଥିତ ରହି ତାଙ୍କ କାର୍ଯ୍ୟାଦେଶ ଗ୍ରହଣ କରିଥିଲେ।

Exit mobile version