ବିଦ୍ୟୁତ କାଟ ଓ ବର୍ଦ୍ଧିତ ବିଦ୍ୟୁତ ବିଲ୍ କୁ ନେଇ ବିଜେପି ପକ୍ଷରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ

ଓଡ଼ିଶା ତାଜାନ୍ୟୁଜ (୧୯ ଜୁଲାଇ ସୋମବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ବିଜେପି ଦଳ ପକ୍ଷରୁ ଅଘୋଷିତ ବିଦ୍ୟୁତ କାଟ ଓ ବର୍ଦ୍ଧିତ ବିଦ୍ୟୁତ ବିଲ୍‌କୁ ନେଇ ଧାରଣା ଓ ପ୍ରତିବାଦ କରାଯାଇଥିବାର ଜଣାପଡିଛି । ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏହିକାର୍ଯ୍ୟକ୍ରମ କରାଯାଇଥିବାର ଜଣାପଡ଼ିଚ୍ଛି ଆଜି ଜିଲ୍ଲା ବିଜେପିଦଳର କାର୍ଯ୍ୟକର୍ତ୍ତା ନେତୃତ୍ୱବୃନ୍ଦ ପଟୁଆରରେ ବାହାରି ନଗରପରିକ୍ରମା କରି ବିଭିନ୍ନ ସ୍ଲୋଗାନମାନ ଦେଇ ପାରଳାଖେମୁଣ୍ଡି ବିଦ୍ୟୁତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଧାରଣା ଦେଇଥିଲେ । ଏମାନେ ମୁଖ୍ୟତଃ ବାରମ୍ବାର ଅଘୋଷିତ ବିଦ୍ୟୁତକାଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ବିଭାଗ ଏପରି କରେ ତେବେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ।

ଏହା ସହ ଟିପିଏସ୍‌ଓଡିଏଲ୍ ମନମୁଖୀ କରି ବିଦ୍ୟୁତ ବିଲ୍ ବର୍ଦ୍ଧିତ କରିଦେଇଛି । ଯାହାକି ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି । ବର୍ତ୍ତମାନ କରୋନା ବହୁ ଲୋକଙ୍କ ଧନଜୀବନକୁ ପ୍ରଭାବିତ କରିଛି ଏପରି ସ୍ଥଳରେ କିଛି ପୂର୍ବ ସୂଚନା ଦିଆନଯାଇ ବିଦ୍ୟୁତ ବିଲ୍‌କୁ ବଢାଇ ଦିଆଯାଉଛି । ଯଦି ଓ ଏହି ଦୁଇ ଗୋଟି ସମସ୍ୟାକୁ ଆଗାମୀ ଦିନରେ ବିଭାଗ ଧ୍ୟାନ ନଦିଏ ତେବେ ଏହାର ଜନସାଧାରଣଙ୍କ ତରଫରୁ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି କହିଛଛନ୍ତି । ଏହି ଧାରଣା ଓ ପ୍ରତିବାଦରେ ଜିଲ୍ଲା ଭାଜପାର ସିଦ୍ଧେଶ୍ୱର ମିଶ୍ର, ମହିଳା ସଭାନେତ୍ରୀ ପି.ଲତା, ବାବୁନା ବେହେରା, ବରିଷ୍ଠ ଭାଜପା ନେତା ଭି.ବର୍ଦ୍ଧରାଜୁ, ପ୍ରଶାନ୍ତ କୁମାର ପାଳ, ଜଗା ମହାପାତ୍ର, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗରପାଳ ନୃସିଂହଚରଣ ପଟ୍ଟନାୟକ ପ୍ରମୁଖ ନେତାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ ।  ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version