
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ଭୁବନେଶ୍ୱର :- ଆଜି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀଙ୍କ ସହିତ କଟକ ଜିଲ୍ଲା ବାଙ୍କୀ ବିଧାନସଭା ମଣ୍ଡଳୀ ଗସ୍ତ କରି କ୍ଷେତ୍ର ପରିଦର୍ଶନ ପୂର୍ବକ କୃଷକ ଏବଂ ପାଣି ପଂଚାୟତ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ବାଙ୍କୀ ବ୍ଲକ ଓ ବାଙ୍କୀ-ଡମପଡା ବ୍ଲକର ବିଭିନ୍ନ ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପରୁ କୃଷକମାନେ କିପରି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ନିଜେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ଏହି ସବୁ ପ୍ରକଳ୍ପ ଦ୍ୱାରା ସେମାନେ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେ ସଂପର୍କରେ ଅନୁଧ୍ୟାନ କରିଥିଲେ ।
