ଜଟଣୀ ଥାନା ର S.I. ଙ୍କ ନାମରେ ଅପରାଧିକ ମାମଲା ପଞ୍ଜିକରଣ କରି ତୁରନ୍ତ କାର୍ଯ୍ୟାନୁଷ୍ଟାନ ପାଇଁ ହାଇକୋଟ ଙ୍କ ନିର୍ଦେଶ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) କଟକ :- ଟିନା (ଛଦ୍ମନାମ ) ୨୦୧୦ ମସିହାରେ ଅସଦାଚରଣ ର ଶିକାର ହୋଇଥିଲେ ଏହି ସମ୍ପର୍କିତ ଏକ ମାମଲା ଜଟଣୀ ଥାନାରେ ହୋଇଥିଲା ପରମୁହୂର୍ତ୍ତରେ ଚାପରେ ପଡି ଉକ୍ତ ଯୁବକଙ୍କୁ ସେ ବିବାହ କରିଥିଲେ , ଏହା ପରେ ସେ ସ୍ୱାମୀ ଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ପୁଣି ଏକ ମାମଲା 347 /2020 ଜଟଣୀ ଥାନାରେ କରିଥିଲେ , ପରମୁହୂର୍ତ୍ତରେ ତାଙ୍କ ସ୍ୱାମୀ ଟିନା ଙ୍କ ଘରକୁ ଆସି ତାଙ୍କ ବାପା ଓ ଭାଇ ଙ୍କ ଉପସ୍ତିତିରେ ଶଶୁର ଘର ଭିତରେ ଟିନା ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ , ଏ ସବୁ ପରେ ବି ଟିନା ଙ୍କର ଦୁଇଟି ଝିଅ ଓ ସେ ଗରିବ ହୋଇଥିବାରୁ ସବୁ ସହି ଚୁପ ରହୁଥିଲେ 4 .07 .2021 ତାରିଖଦିନ ଟିନା ଙ୍କ ସ୍ୱାମୀ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ ,

ଏହି ସମ୍ପର୍କିତ ଏକ ଅଭିଯୋଗ ଟିନା ରାଜ୍ୟ ମହିଳା କମିଶନ ରେ ଦାଖଲ କରି ଜଟଣୀ ଥାନାକୁ ଯାଇଥିଲେ ଜଟଣୀ ଥାନାରେ ତାଙ୍କ ସମ୍ପର୍କୀୟ ମାମୁ ଶଶୁର (S.I.) ଟିନା ଙ୍କୁ ବାହାରକୁ ଡାକି ନେଇ ତାଙ୍କ ଗାଡ଼ିରେ ବସାଇ ଟିନା ଙ୍କ ଘର ଆଡକୁ ନେଇଥିଲେ , ବାଟରେ ନିଛାଟିଆ ଜାଗାରେ ତାଙ୍କୁ କହିଥିଲେ ତାଙ୍କ କଥା ବୁଝିଲେ ଆଉ କିଛି ଅସୁବିଧା ହେବ ନାହିଁ , ଟିନା ଥାନା ବାବୁ ଙ୍କ କଥାରେ ରା଼ଜ଼ୀ ନହେବାରୁ ତାଙ୍କୁ ସେଠାରେ ଜୋର କରି ଦୁର୍ବ୍ୟବହାର ଦେଖାଇଥିଲେ ,

ଏହି ଘଟଣା କାହାକୁ ଜଣାଇଲେ ମିଛ ମାମଲା କରି ଟିନା ଙ୍କ ବାପା ଓ ଭାଇ କୁ ଜେଲ ରେ ପୁରାଇ ବାର ଧମକ ସହ ଅପରାଧୀ ଙ୍କୁ ଲଗାଇ ଟିନା ଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ ଟିନା ଏହି ସମ୍ପର୍କିତ ଏକ ଅଭିଯୋଗ 6 .07 .2021 ରେ ଜଟଣୀ ଥାନାରେ ଓ 10 .07 .2021 ରେ DCP ଭୁବନେଶ୍ୱର ଙ୍କୁ ଦେଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ସମ୍ପର୍କିତ ଏକ ମାମଲା ଉଚ୍ଚନ୍ୟାୟାଳୟ ରେ କରିଥିଲେ ଏହି ମାମଲାର ଆଜି ବିଚାର କରି Justice Biswajit ମହାନ୍ତି ଙ୍କ ଖଣ୍ଡପୀଠ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପି ଭୁବନେଶ୍ୱର ଙ୍କୁ ଆଦେଶ ପ୍ରଦାନ କରିଛନ୍ତି , ଏହି ମାମଲା କୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଥିଲେ .

Exit mobile version