ମାହାଙ୍ଗା ରିପୋର୍ଟ (ଓଡଶା ତାଜା ନ୍ୟୁଜ୍ ) 6.4.2020 :- ସମାଜରେ ଭଲକାମ କରୁଥିବା ଅନେକ ଉତ୍ସାହୀ ଲୋକ ଭିଡ ଭିତରୁ ବାରିହୋଇ ପଡନ୍ତି l ଅନ୍ୟକୁ ସାହାଯ୍ୟ ସହଯୋଗ କରିବା ସେମାନଙ୍କର ନିଶା l ଏମିତି କିଛି ଲୋକଙ୍କୁ ଏକାଠି କରି ଦୀର୍ଘ ୫ ବର୍ଷ ତଳୁ ମାହାଙ୍ଗାରେ ଗଢି ଉଠିଥିବା “ଆଦର୍ଶ ମାହାଙ୍ଗା “ନାମକ ଏହି ସାମାଜିକ ଆନୁଷ୍ଠାନ ମହାମାରୀ କରୋନାର ଭୟାବହତାକୁ ପଛକୁ ରଖି ଆଜି ସତର୍କତାର ସହିତ ମାହାଙ୍ଗା ବ୍ଲକରେ ପହଂଚି ବିଡ଼ିଓଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହଯୋଗ ପ୍ରଦାନ କରିବା ଦେଖିବାକୁ ମିଳିଥିଲା l ଏହି ଅଭିଯାନରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫୁଲ୍ଲ କୁମାର ତ୍ରିପାଠୀ, ପ୍ରଧାନଶିକ୍ଷୟିତ୍ରୀ ସ୍ନେହଁଲତା ଦାଶ,ଯୁବ ସମାଜସେବୀ କ୍ରିଷ୍ଣକାନ୍ତଷଢଙ୍ଗୀଙ୍କ ସହିତ ସାମାଜିକର୍ମୀ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି,ସାମ୍ବାଦିକ ଅଶିତ କୁମାର ସାମଲ,ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ସାମ୍ବାଦିକ ତାପସ ବିଶ୍ୱାଳ ପ୍ରମୁଖ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ଚେୟାରମ୍ୟାନ ଶରତ ନାୟକ, ଆଡିସିନାଲ ତହସିଲଦାର ଦିଲୀପ ନାୟକଙ୍କ ଉପସ୍ଥିତିରେ ପାଞ୍ଚହଜାର ଟଙ୍କାର ଏହି ସହାୟତା ରାଶି (ଚେକ )ପ୍ରଦାନ କରିଥିଲେ l କରୋନା ମୁକାବିଲା ପାଇଁ ଏପରି ନିଷ୍ପତ୍ତି “ଆଦର୍ଶ ମାହାଙ୍ଗା”ର ସଂକଳ୍ପକୁ ବେଶ ସୁଦୃଢ କରିବ ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି l ମାହାଙ୍ଗା ଅଂଚଳର ଏକ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରଦାନ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, କୁସଂସ୍କର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବାରେ ଏହି ଅନୁଷ୍ଠାନର ବେଶ ସୁଖ୍ୟାତି ରହିଛି l ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାୟଗୁରୁ ସନ୍ତୋଷ ମହାପାତ୍ର, କୋଷାଧ୍ୟକ୍ଷ ଜ୍ୟୋତିରଂଜନ ମହାନ୍ତି, ରାଜ୍ୟପାଳ ପୁରସ୍କାରପ୍ରାପ୍ତ କଟକ ଜିଲ୍ଲା ବିଜ୍ଞାନ ଶିକ୍ଷା ଅଧିକାରୀ ଅକ୍ଷୟ ସଢଙ୍ଗି, ଚୌ ପୂର୍ଣେନ୍ଦୁ ପ୍ରହରାଜ, ଦୀପକ୍ ନନ୍ଦ, ସୁବଳ ଚରଣ ସାହୁ, ସୁରେନ୍ଦ୍ରନାଥ ଶତପଥୀ, ଶୁଭମ୍ ଦାସ୍, ନବକିଶୋର ପ୍ରଧାନ, ଦୀପକ୍ ସଢଙ୍ଗୀ, ରତିକାନ୍ତ ରାଉତ ପ୍ରମୁଖ ସହାୟତାର ହାତ ବଢ଼ାଇଥିଲେ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଶୀର୍ଷକ ବାର୍ତ୍ତା ଆଦର୍ଶ ମାହାଙ୍ଗା ପକ୍ଷରୁ ଆହ୍ୱାନ କରାଯାଇଥିଲା ।ମାହାଙ୍ଗା ରୁ ଲଷ୍ମୀଧର ଖୁଣ୍ଟିଆ,
“ଆଦର୍ଶ ମାହାଙ୍ଗା” ପକ୍ଷରୁ ବିଡ଼ିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କରୋନା ମୁକାବିଲା ପାଇଁ ସହାୟତା ରାଶି ପ୍ରଦାନ !

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଗଜପତି ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ।ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ
by
Proprietor Abhimanyu Maharana
September 11, 2026
ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ
by
Proprietor Abhimanyu Maharana
September 11, 2026
୧୬ ଲକ୍ଷ ଟଙ୍କା ଠକେଇ ମାମଲାରେ ପାରଳା ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ
by
Proprietor Abhimanyu Maharana
September 11, 2026
ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଟି ବଚାଅ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 11, 2026
ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ
by
Proprietor Abhimanyu Maharana
September 10, 2026
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ
by
Proprietor Abhimanyu Maharana
September 10, 2026