Home ଓଡ଼ିଶା ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିଲା ବସ୍ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ଭୁବନେଶ୍ୱର :- ରାଜଧାନୀରେ ଗଡ଼ିଲା ମୋ ବସ୍, କୋଭିଡ୍ ଗାଇଡ୍ ଲାଇନ୍ ମାନି ୧୬ଟି ରୁଟ୍ରେ ଗଡ଼ିଲା ମୋ ବସ୍, ବସ୍ରେ ମାସ୍କ ବାଧ୍ୟତାମୂଳକ, ଠିଆ ହୋଇ ଯାତ୍ରୀ ନେବା ମନା , ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲପର ସମସ୍ତେ ଉତ୍ସାହିତ ଅଛନ୍ତି । ଲକ୍ଡାଉନ୍ରେ ବସ୍ ଚଳାଚଳ ବନ୍ଦ ଯୋଗୁ ରୋଜଗାର ହରାଇଥିଲେ କର୍ମଚାରୀ । ଏବେ କିନ୍ତୁ ବସ୍ ଚାଲିବା ନେଇ ସଂଘର ଘୋଷଣା ପରେ ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ ଆଶା ବାନ୍ଧିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ କେବଳ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାଇପାରିବେ । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବସ୍କୁ ସାନିଟାଇଜ୍ କରାଯାଉଛି । ଆଗକୁ ତୃତୀୟ ଲହର ଡର ବି ରହିଛି । ତେଣୁ ପାଖାପାଖି ଦୁଇ ମାସ ଯାଏଁ କ୍ଷତିରେ ହିଁ ଚଲାଇବାକୁ ପଡ଼ିବ ବୋଲି ମାଲିକଙ୍କ ମନରେ ଆଶଙ୍କା ବି ରହିଛି । ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘର ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା । ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ । ସେହିପରି ଆଜିଠୁ ୧୬ଟି ରୁଟ୍ରେ ମୋ ବସ୍ ବି ଗଡ଼ିବା ଆରମ୍ଭ କରିଛି। ଯେତିକି ସିଟ୍, ସେତିକି ଯାତ୍ରୀ ନେଇକି ଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସପ୍ତାହାନ୍ତରେ ମୋ ବସ୍ ସେବା ବନ୍ଦ ରହିବ। କିନ୍ତୁ ଉକ୍ତ ୨ ଦିନ ଏୟାରପୋର୍ଟ ଓ ଟ୍ରେନ ଷ୍ଟେଶନରୁ ମୋ ବସ୍ ସେବା ଚାଲୁ ରହିବ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026