ଡମପଡା କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ତାଲିମ ଶିବିର

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର)ବାଙ୍କୀ :-ଆଜି ଡମପଡା କୃଷି ବିଭାଗ ପକ୍ଷରୁ କୃଷି ବିଭାଗ କାର୍ଯ୍ୟାଳୟ ରେ ବାଙ୍କୀ ଜିଲ୍ଲା କୃଷି ଅଧିକାରୀ ଶୈଳେନ୍ଦ୍ର କୁମାର ମହାନ୍ତି ଙ୍କ ତତ୍ୱାବଧାନ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଆଜି ଠାରୁ କୋଭିଡ କଟକଣା ରେ ପର୍ଯ୍ୟାୟ କ୍ରମେ ଡମପଡା ବ୍ଲକ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ୧୭ଗୋଟି ପଞ୍ଚାୟତ ରେ ପ୍ରଦାନ ଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଡମପଡା ବ୍ଲକ ର ସହକାରୀ କୃଷି ଅଧିକାରୀ ଗଣେଶ୍ୱର ରଥ ଓ ବିପି

ରୋଜାଲିନ ପରିଚାଳନା କରିଥିଲେ। ଆଜିର ଶିବିର ରେ ଉପସ୍ଥିତ ଥିବା ତାଳବସ୍ତ ଅଞ୍ଚଳର ଚାଷୀ ମାନଙ୍କୁ ସେମାନଙ୍କ ଜମି ର କିପରି ମୃତ୍ତିକା କୁ ପରୀକ୍ଷାକରି ଉର୍ବର ମୃତ୍ତିକା ରେ ପରିଣତ କରିହେବ ସେ ସମ୍ପର୍କରେ ମୃତ୍ତିକା ବିଶେଷଜ୍ଞ ଜ୍ଞାନେନ୍ଦ୍ର ମୋହନ ଦଳେଇ,ଶୁଭଶ୍ରୀ ନନ୍ଦ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଡମପଡା ବ୍ଲକ ଆତ୍ମା ର ସଭାପତି ସଞ୍ଜୟ ମହାରଣା,ବିଟିଏମ ବିଧୁଭୂଷଣ ଜେନା,କୃଷି ବିକାଶ ବିଭାଗ ବୈଜ୍ଞାନିକ ଦିଲୀପ କୁମାର ଷଡ଼ଙ୍ଗୀ ଙ୍କ ସମିତ କୃଷି ବିଭାଗ ର କର୍ମଚାରୀ ଯୋଗ ଦେଇ ଆଜିର ତାଲିମ ଶିବିର କୁ ସଫଳ କରିଥିଲେ।

Exit mobile version