କଟକ ସାଂସଦଙ୍କ ଦ୍ୱାରା  ଶବ ଯାନ ଗାଡି  ଆମ୍ବୁଲାନ୍ସ୍ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର) ବାଙ୍କୀ:-କଟକ ସାଂସଦ ଭର୍ତ୍ତୁହରି ମହତାବ ଆଜି  ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଠାରେ ଗୋଟିଏ ଶବ ଯାନ ଗାଡି ଓ କଳାପଥର ଚିକିତ୍ସାଳୟ କୁ ଗୋଟିଏ ଆମ୍ବୁଲାନ୍ସ୍ କୁ ପ୍ରଦାନ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପତାକା ହଲାଇ ଉଦ୍‌ଘାଟନ କରିଥିଲେ । ଶବଯାନ ଗାଡିଟି ଉପଖଣ୍ଡ ଚିକିତ୍ସଳୟରେ କାର୍ଯ୍ୟ କରିବା ବେଳେ ଆମ୍ବୁଲାନ୍ସ ଗାଡିଟି ସୁବର୍ଣ୍ଣପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅଧିନସ୍ଥ କଳାପଥର ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବ । ସାଂସଦ ମହତାବ ସାଂସଦଙ୍କ ଉନ୍ନୟନପାଣ୍ଠିରୁ ଏଥିପାଇଁ ଅର୍ଥ ପ୍ରଦାନ କରିଥିଲା । ଶବଯାନ ଗାଡିର ଚାବିକୁ ଉପଖଣ୍ଡ ଚିକିତ୍ସା ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର ଓ ଆମ୍ବୁଲାନ୍ସ ଗାଡିର ଚାବିକୁ ସୁବର୍ଣ୍ଣପୁର

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁଙ୍କୁ ସାଂସଦ ଶ୍ରୀ ମହତାବ ପ୍ରଦାନ କରିଥିଲେ । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଜିଲ୍ଲାପରିଷଦ ସଭ୍ୟ ତ୍ରିଲୋଚନ ରାଉତ, ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ରଣା , ନଗର ବିଜେଡି ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶ,ପ୍ରେସ କ୍ଲବ ସଭାପତି ବଳଭଦ୍ର ପଣ୍ଡା,ଖବର ଦାତା ଗୌତମ ମିଶ୍ରଙ୍କ ସମେତ ବହୁବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବାଙ୍କୀ ରେ ବହୁ ଦିନ ରୁ ଆବଶ୍ୟକ  ଥିବା ଶବ ବୁହା ଗାଡି ଓ କଳାପଥର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଆମ୍ବୁଲାନ୍ସ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ସାଂସଦ ମହତାବ ଏହା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ଆଜି ପ୍ରତିଶୃତି ମୁତାବକ ଉଭୟ ଗାଡି ପ୍ରଦାନ କରିଥିବାରୁ ବାଙ୍କୀ ଉପଖଣ୍ଡ ପକ୍ଷରୁ ବହୁ ବୁଦ୍ଧିଯିବି ମହତାବ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ଶଶିକାନ୍ତ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version