ବାହାଲ ଭଟଲି ରେ ଗାଁ ସାଥି ଓ ଯୁବକ ଙ୍କ ପ୍ରଶଂସନୀୟ ସଫେଇ କାର୍ଯ୍ୟ

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମ ରେ ଗାଁ ସାଥି ସରୋଜ ସାହୁ ଙ୍କ ନେତୃତ୍ବରେ ଗାଁ ର ଯୁବକମାନେ ବାହାରି ଗାଁ ରାସ୍ତା , ପୋଖରୀ ଗାଧୁଆ ତୁଠ , ନଳକୂପ ଆଦି ସ୍ଥାନ ଗୁଡିକରେ ବହୁ ଦିନରୁ ପଡ଼ି ରହିଥିବା ଅଲିଆ ଆବର୍ଜନା ଘାସ ମଇଲା ସଫାକରି କରି ଥିଲେ ।

ପୋଖରୀ ତୁଠ ରେ ବର୍ଷା ଦିନ ହେତୁ ଘାସ ଉଠି ମାଡ଼ିଯିବା ଯୋଗୁଁ ଅନେକ ବିଷ ଧର ସର୍ପ ,ବିଛୁ ଆଦି ଦେଖି ବାକୁ ମିଳିଥିବା ଏବଂ ଛୋଟ ଛୋଟ ନାବାଳକ ଶିଶୁ ମାନେ ପୋଖରୀ ଗାଧୋଇ ଯିବା ବାଟରେ ସାପ ଦେଖି ଭୟଭୀତ ହେଉଛନ୍ତି ବୋଲି ଗାଁ ସାଥି ସରୋଜ ସାହୁ ପ୍ରକାଶ କରିଛନ୍ତି । ଏହାକୁ ଆଖି ଆଗରେ ରଖି ଯୁବକ ମାନେ ବାହାରି ସଫାସୁତୁରା କରିଥିଲେ ।

ଗାଁ ସାଥି ସରୋଜ କୁମାର ସାହୁ ଯୁବକ ମାନଙ୍କୁ ଚା ବିସ୍କୁଟ ର ବ୍ୟବସ୍ଥା କରିଥିଲେ । ଆଜି ର ସଫେଇ କାର୍ଯ୍ୟ ରେ ଗଙ୍ଗାଧର ବରିହା ,ଭୁବନ ଦୀପ , ସମ୍ପଦ ନାଗ , ନନ୍ଦ ଲାଲ ବରିହା ସୁମନ୍ତ ସାହୁ ପ୍ରମୁଖ ଙ୍କ ସହ ଅନ୍ୟ ଯୁବକ ମାନେ ସାମିଲ ଥିଲେ । ଗାଁ ସାଥି ଓ ଯୁବକମାନଙ୍କ ଏପରି ମହତ୍ କାର୍ଯ୍ୟ କୁ ବେଶ୍ ପ୍ରଶଂସା କରାଯାଇଛି । (ଗୋରେଖନାଥ ବରିହା) 

Exit mobile version