ମେଡିକାଲରୁ ଡ଼ାକିନେଇ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଟାଉନ୍ ଥାନା ପୋଲିସ୍, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର ) ଢେଙ୍କାନାଳ :- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଡ଼ାକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଟାଉନ୍ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ୍ ଚାଲାଣ କରିଛି। ସୂଚନା ମୁତାବକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକା ଚିକିତ୍ସିତ ହେଉଥିଲେ। ନାବାଳିକାଙ୍କୁ ଜଗି ରହୁଥିଲେ ତାଙ୍କର ଜଣେ ୬୫ ବର୍ଷୀୟା ସଂପର୍କୀୟ ବୃଦ୍ଧା। ତେବେ ଗତ ଏପ୍ରିଲ ୨୭ ତାରିଖ ବିଳମ୍ବିତ ରାତିରେ କେତେକ ଯୁବକ ବୃଦ୍ଧାଙ୍କୁ ଫୁସୁଲାଇ ମେଡିକାଲ ବାହାରକୁ ଡାକି ନେଇ ପ୍ରାୟ ଅଧ କିଲୋମିଟର ଦୂର ଦକ୍ଷିଣକାଳୀ ଅଂଚଳର ବଧିପୋଖରୀ ନିକଟରେ ଏକ ନିର୍ଜନ ସ୍ଥାନକୁ ନେଇଥିଲେ । 

ସେଠାରେ ତାଙ୍କୁ ଜଣକ ପରେ ଜଣେ ଗଣଦୁଷ୍କର୍ମ କରିବା ପରେ ବୃଦ୍ଧା ଜଣଙ୍କ ଚେତାଶୁନ୍ୟ ହୋଇଯିବା ପରେ ପୀଡ଼ିତା ବୃଦ୍ଧା ମରିଗଲା ଭାବି ଦୁଷ୍କର୍ମକାରୀ ଯୁବକମାନେ ଘଟଣାସ୍ଥଳରୁ ଛାଡ଼ି ପଳାଇଥିଲେ।ତା ପରଦିନ ଭୋରରୁ ବୃଦ୍ଧାଙ୍କର ଚେତା ଫେରିବା ପରେ ରକ୍ତାକ୍ତ ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟକୁ ଫେରି ଏ ବିଷୟରେ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ ।

ଘଟଣାକୁ ନେଇ ଚିକିତ୍ସାଳୟର ସଖୀ ଡେକ୍ସ୍ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଟାଉନ୍ ପୋଲିସ ୧୮୩/୨୦୨୧ ରେ ଏକ ମାମଲା ରୁଜୁ କରି ତତକ୍ଷଣାତ୍ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଆଜି ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ୍। ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଗୋବିନ୍ଦପୁର ଥାନା ଅଂଚଳର ବୋଲି ଜଣାପଡ଼ିଛି।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ

Exit mobile version