ନୀଳଗିରି ଏସଡିପିଓଙ୍କ ରାତି ଅଧିଆ ଚଢ଼ାଉ

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର )  ନୀଳଗିରି : – ବାଲେଶ୍ଵର ଜିଲ୍ଲା ନୀଳଗିରି ଏସଡିପିଓଙ୍କ ରାତି ଅଧିଆ ଚଢ଼ାଉ। ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇଟି ଚୋରା ପଥର ବୋଝେଇ ଟ୍ରକ ଓ ଏକ ଗୋରୁ ବୋଝେଇ ଟେମ୍ପୁ ଜବତ କରିବା ସହ ଏକ ମଦ ଭାଟି ଉପରେ ଚଢାଉ କରିଛନ୍ତି । ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ନୀଳଗିରି ଏସଡିପିଓଙ୍କ ରାତି ଅଧିଆ ଚଢ଼ାଉ। ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ ଏକ ଚୋରା ମଦ ଭାଟିରେ ମଦ ରନ୍ଧା ହେଉଥିବାବେଳେ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଅଚାନକ ଚଢ଼ାଉ କରି ହଜାରେ ଲିଟରରୁ ଅଧିକ ପୋଚ ସହ ୨୫୦ ଲିଟର ଦେଶୀମାଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଛନ୍ତି। ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

ଏତଦ୍ ବ୍ୟତୀତ ଫେରିବା ରାସ୍ତାରେ ଦୁଇଟି ଚୋରା ପଥର ବୋଝେଇ ଟ୍ରକ୍ ଓ ଏକ ଗୋରୁ ବୋଝେଇ ଟେମ୍ପୁ ଜବତ କରିଛନ୍ତି। ଏକ ଚାରିଚକିଆ ଟେମ୍ପୁରେ ଅତି ଅମାନୁଷିକ ଭାବେ ୮ ଟି ଗୋରୁ ଚାଲାଣ ହେଉଥିବା ବେଳେ ଜବତ କରିବା ସହ ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛନ୍ତି ନୀଳଗିରି ଏସଡିପିଓ । ସେହିପରି ନୀଳଗିରି ଆଇଆଇସି ମଧ୍ୟ ଚଢ଼ାଉ କରି ଆନିକାପୁର ଅଞ୍ଚଳରୁ ୪ଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛନ୍ତି l (ଦୀପ୍ତିମାନ ପତି, ବାଲେଶ୍ୱର)

Exit mobile version