ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆଜି ୧୩ ନଂ ଜିଲ୍ଲା ପରିଷଦ ଜୋନ ପକ୍ଷରୁ ରକ୍ତଦାନ ଶିବିର ଭାଟସାହିଠାରେ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ନୟାଗଡ଼ :- ଭାଟସାହି ସରପଞ୍ଚ ତଥା ଯୁବ ସମାଜସେବୀ କିଶୋର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ମା’ଫାଉଣ୍ଡେସନର ଅଧ୍ୟକ୍ଷ ରଞ୍ଜନ ରଶ୍ମି ଯେନା,

ଭାଟସାହି ବିଜେଡି ସଭାପତି ବିଜୟ ମିଶ୍ର, ସମିତି ସଭ୍ୟ ପବିତ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀମାନେ ଉପସ୍ଥିତ ରହି ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version