ତୈଳଦର ସହ ଖାଉଟି ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧିକୁ ନେଇ କଂଗ୍ରେସର ଦସ୍ତଖତ ଅଭିଯାନ

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) କଳାହାଣ୍ଡି :- ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଉଟି ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି । ଏହାର ପ୍ରତିବାଦରେ ନର୍ଲା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ନର୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ନର୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସହ ଧାରଣା ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାର ଟିକସ ଲାଗୁ କରିବା ପରେ ପେଟ୍ରୋଲ ଡିଜେଲର ଦରବୃଦ୍ଧି ଘଟିଛି । ଏହା ସହ ଅନେକ ଖାଉଟି ସାମଗ୍ରୀର ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ।

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ହେତୁ ଗ୍ୟାସ ବ୍ୟବହାର ଏକ ପ୍ରକାର ଠପ୍ ହୋଇଯାଇଛି। ଏହାକୁ ଆଖି ଆଗରେ ରଖି କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ବିରୋଧ କରିବା ସହ ଦସ୍ତଖତ ଅଭିଯାନ କରାଯାଇଛି। ଏହି ଅଭିଯାନରେ ନର୍ଲା ବ୍ଳକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ବିଶ୍ୱାଳ, ଦୀପୁ ପାତ୍ର, ସୁଦାମ ପାତ୍ର, ଅଲେଖ ସେନାପତି, ମୁକେଶ ବିଭାର, ରମାକାନ୍ତ ସହ ଅନେକ କଂଗ୍ରେସ କର୍ମୀ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ।    ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version