ସାଦକପୁର ‘ସଟ୍ ଡାଉନ୍‌’ ପାଇଁ ରାସ୍ତାଘାଟ ଶୂନଶାନ୍‌ ; ପୁଲିସ ଓ ପ୍ରଶାସନର ପଇଁନ୍ତିରା

କୋରାଇ, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍‌) କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ :- ବିଶ୍ୱ ମହାମାରୀ କରୋନା ପାଇଁ ‘ଲକ ଡାଉନ’ ମଧ୍ୟରେ ୨ଦିନ ପାଇଁ ‘ସଟ ଡାଉନ’ ହୋଇଥିଲା । ଏହିକ୍ରମରେ କୋରାଇ ବ୍ଲକର ମୁଖ୍ୟାଂଚଳ, ସାଦକପୁର ପଂଚାୟତ ଓ ପାଣିକୋଇଲି ବଜାରକୁ ‘ସଟ ଡାଉନ’ ଘୋଷଣା ହୋଇଥିବାରୁ ତାହା ଶନିବାର ରାତି ୮ଟାର ଠାରୁ ସୋମବାର ରାତି ୮ଟା ଯାଏ ଜନ ଶୂନ୍ୟ ହୋଇ ପଡିଛି । ସଟ ଡାଉନ ନିମନ୍ତେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷକୁମାର ମିଶ୍ର କୋରାଇ ଥାନାରେ ପଂହଚି ଏହି ନିର୍ଦ୍ଦେଶକୁ କଡ଼ାକଡ଼ଭାବେ ପାଳନ କରିବା ପାଇଁ ସୂଚନା ଦେଇଥିଲେ । ତଦନୁଯାୟୀ ପୁଲିସ ପକ୍ଷରୁ ଶିନବାର ରାତି ୮ଟା ଠାରୁ ୪୮ଘଂଟା ଯଥା ସୋମବାର ରାତି ୮ଟା ପର୍ଯ୍ୟନ୍ତ ପାଳନ କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବା ସହିତ ଏହି ସମୟରେ ସାଦକପୁର ପଂଚାୟତରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ କେହି ବାହାରକୁ ନବାରିବାକୁ କହିଥିଲେ । ଏହି ଆଦେଶକୁ କେହି ଅବମାନନା କରି ବାହାରକୁ ବାହାରିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସେମାନଙ୍କୁ ୧୪ଦିନ ପାଇ ଘରୋଇ ସଂଗରୋଧ କେନ୍ଦ୍ରରେ ରଖାଯିବାକୁ ଘୋଷଣା କରାଯାଇଥିଲା ।

ପ୍ରଶାସନର ଏହି ନିର୍ଦ୍ଦେଶ ପରେ ଶନିବାର ରାତି ୮ଟାରୁ ସୋମବାର ରାତି ୮ଟା ଯାଏ ସମ୍ପୂର୍ଣ୍ଣ ସାଦକପୁର ପଂଚାୟତ ‘ସଟ୍‌ଡାଉନ୍‌’ ହୋଇ ଯାଇଥିଲା । ସାଦକପୁର ପଂଚାୟତର ୧୪ଟି ୱାର୍ଡ ସମେତ ମୀନାବଜାର ଠାରୁ କୋରାଇ ପଂଚାୟତ ସମିତି କାର୍ଯ୍ୟାଳୟ, କୋରାଇ ବଜାର, ବଟିରା ବଜାର, କୋରାଇ ରେଳ ଷ୍ଟେସନ, ବାରଦା, ଚାରଦା, ଫାଜଲପୁର, ଖାରଜବଟିରା ଆଦି ବିଭିନ୍ନ ସ୍ଥାନ ‘ସଟ୍ ଡାଉନ୍‌’ ହୋଇଥିବା ସହିତ ପ୍ରଶାସନ ନିର୍ଦ୍ଦେଶକୁ ୨ଦିନବ୍ୟାପୀ ଲୋକେ ସମର୍ଥନ କରିଥିଲେ । ପ୍ରଶାସନର ଏହି ନିର୍ଦ୍ଦେଶ ଶତପ୍ରତିଶତ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା । କୋରାଇ ଥାନା ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ଗମନ କରି ଏହାକୁ ଯାଂଚ କରାଯାଇଥିଲା । ବ୍ରହ୍ମବରଦାରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ସଂକ୍ରମଣ ଜିଲାର ଅନ୍ୟ କେଉଁ ସ୍ଥାନରେ ରହିଥିବାର ସନ୍ଦେହ କରି ଜିଲାର ବିଭିନ୍ନ ସ୍ଥାନ ସମେତ କୋରାଇ ବ୍ଲକର ସଦର ମହକୁମା ସହ ସାଦକପୁର ପଂଚାୟତକୁ ସଟ୍‌ଡାଉନ୍ ଘୋଷଣା କରାଯାଇଥିଲା । ୨ଦିନ ଧରି ‘ସଟ୍‌ ଡାଉନ୍‌’କୁ ଲୋକେ ସଫଳତାର ସହିତ ମାନି ନେଇଥିଲେ । ପୁଲିସ ଏଥିରେ କାହାରିକୁ ଗିରଫ କରିନଥିବା ବେଳେ କେବଳ ୩ଜଣଙ୍କ ଅଟକ ରଖିଥିବା ଥାନା ଅଧିକାରୀ ରଞ୍ଜିତକୁମାର ମହାନ୍ତିଙ୍କ ଠାରୁ ସୂଚନା ମିଳିଛି । ଆଜି ରାତି ୮ଟାରେ ‘ସଟ୍ ଡାଉନ’ ହଟିଥିଲା ବେଳେ ‘ଲକ ଡାଉନ’ ପୂର୍ବପରି ୧୪ତାରିଖ ଯାଏ ବଳବତର ରହିବ । ତଦନୁଯାୟୀ ଲୋକମାନେ ସକାଳ ୬ଟାରୁ ୧୦ଟା ମଧ୍ୟରେ ଖୋଲାଯାଇଥିବା ଅତ୍ୟାବଶ୍ୟକୀୟ ଦୋକାନରୁ ସାମାଜିକ ଦୂରତା ରଖି ଜିନିଷପତ୍ର କିଣିପାରିବେ

Exit mobile version