
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ବାଲିଗୁଡା :- ଜଣେ ମହିଳା ତାଙ୍କର ଦୁଇ ଛୁଆଙ୍କୁ କୂଅକୁ ଠେଲି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଅଞ୍ଚଳରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ରାଇକିଆ ଖ୍ରୀଷ୍ଟିଆନ ସାହିରେ ରହୁଥିବା ଭାଗ୍ୟଲକ୍ଷ୍ମୀ ପାତ୍ର ଓ ତାଙ୍କ ସ୍ୱାମୀ ଏମ୍. ରାଜେଶ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହା ପରେ ଭାଗ୍ୟଲକ୍ଷ୍ମୀ ଦୁଇ ଛୁଆ (୯ ବର୍ଷର ଝିଅ ବୈଷ୍ଣବୀ ଓ ୫ ବର୍ଷର ପୁଅ ଯୁବରାଜ)ଙ୍କୁ ଧରି ଘରୁ ପଳାଇଥିଲେ।
