ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ (୧୭ ଜୁଲାଇ ୨୦୨୧, ଶନିବାର) ନୟାଗଡ଼ :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 10ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2021 ଆଜି ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି l ସେବା ଉତ୍ସବର କର୍ମକର୍ତା ମାନେ ଏହି ଅବସରରେ ଦଶପଲ୍ଲା ଏନଏସି ସମେତ ରଙ୍ଗମାଟିଆ, ମହୁଲିଆ, ଅନ୍ଧାରକୋଟ, ମାଳିସାହି ଆଦି ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରିଥିଲେ l ଏହି ଅବସରରେ ଦଶପଲ୍ଲା ଅଂଚଳର କିଛି ଅସହାୟ ରୋଗୀଙ୍କୁ ସେବା ସମିତି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l

ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ମାନସ କୁମାର ସାହୁ, ସରୋଜ କୁମାର ମିଶ୍ର, ଇଁ ଜନ୍ମେଜୟ ଆଚlର୍ଯ୍ୟ, ସମାଜସେବୀ ମନୋଜ ସାହୁ, ଅଭୟ ପ୍ରସାଦ ଜେନା, ରଘୁନାଥ ବେହେରା, ପରମେଶ୍ୱର ସାହୁ, ର୍ସୌମ୍ୟ ରଞ୍ଜନ ଦାଶ,ସଂଜିତ ବାଇ,ରବୀନ୍ଦ୍ର ନାୟକ, ଚନ୍ଦନ ସାହୁ, ହେମନ୍ତ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ l

ଦେଶର ଯୁବ ପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଓ ଅସହାୟଙ୍କୁ ସହାୟତାରେ ହାତ ବଢାଇବା ପାଇଁ ଗତ ଚାରି ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ମାସ୍କ ଓ ସାନିଟାଇଜର ବଣ୍ଟନ,ବସ୍ତ୍ରଦାନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ, ଅଙ୍ଗଦାନ ଶିବିର ଓ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଓ ଅନ୍ତିମ ଦିନ ଭରଚୁଆଲ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ଥ ବ୍ଲକରେ ଆସନ୍ତା 25ତାରିଖ ଯାଏ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି  l (ରିପୋର୍ଟ – ରାମକୃଷ୍ଣ ରଥ)

Exit mobile version