ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୧୬୪ ଜଣ କର୍ମୀ ବିଜୁ ଜନତା ଦଳ ରେ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର ପାଟଣାଗଡ଼ :- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନ , ଜନହିତକର ଯୋଜନା ରେ ଅନୁପ୍ରାଣିତ ହୋଇ ଏବଂ ପାଟଣାଗଡ଼ ଯୁବ ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେର ଙ୍କ ରାଜନୈତିକ କ୍ଷେତ୍ରରେ ସୁଦକ୍ଷ ର ଅନୁରାଗ କୁ ନିଜେ ଉପଲବ୍ଧି କରି ଆଜି ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଯୁବ ନେତା ତଥା ୱ।ର୍ଡ ମେମ୍ବର ଆର୍ତ୍ତ ସାହୁ ଙ୍କ ନେତୃତ୍ବରେ ମରୁଆ ପଞ୍ଚାୟତ ର ମରୁଆ ଗ୍ରାମ ର ୯୭ ଜଣ ,ତାଲପଦର ୨୬ , ପଣ୍ଡରିପାଣି ୨୩ ,ପାଢେଲ ୧୮ ଆଦି ଗ୍ରାମର ଗୁଡିକ ବିଜେପି କଂଗ୍ରେସ ୧୬୪ ଜଣ ଦଳ ଛାଡ଼ି ବିଜୁ ଜନତା ଦଳ ରେ ଯୋଗଦାନ କରିଥିଲେ ।

ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବିଜୁ ଜନତା ଦଳ ରେ ଯୋଗଦାନ ଦେଇଥିବା କର୍ମୀ ମାନଙ୍କୁ ଦଳ ର ଶଂଖ ଚିହ୍ନ ରହିଥିବା ଚାଦର ଅପର୍ଣ ସହ ସ୍ଵାଗତ କରିଥିଲେ । ଆଜି ର ମିଶ୍ରଣ ପର୍ବ ରେ ବିଧାୟକ ପ୍ରତିନିଧି ସିମାଞ୍ଚଳ ପ୍ରଧାନ ,ଡିଙ୍ଗର ନାଗ ,କରୁଣା ମେହେର , ପ୍ରଦୀପ ମହେର ,ବୁଲୁଠାକୁର , ଯୁଧିଷ୍ଠିର ସିଂ ଦୂର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଦିନ କୁ ଦିନ ବିଜୁ ଜନତା ଦଳ ରେ ଅନେକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ସାମିଲ ହୋଇଥିବା ଫଳରେ ବିଜୁ ଜନତା ଦଳ ଆଗାମୀ ଦିନରେ ଆହୁରି ଦଳ ମଜଭୁତ ହେବ ବୋଲି ମତପ୍ରକାଶ ପାଉଛି ।

Exit mobile version