ନୂଆଗାଁ ବ୍ଲକ୍ ର ଦୁଇ ସାମ୍ବାଦିକ ଙ୍କୁ ଆକ୍ରମଣ

ଓଡ଼ିଶା ତାଜା ନ୍ୟୁଜ (୧୭ ଜୁଲାଇ ଶୁକ୍ରବାର ) ନୂଆଗାଁ :- ଦିନକୁ ଦିନ ସାରା ଓଡ଼ିଶାରେ କେଉଁଠି ନା କେଉଁଠି ପ୍ରତ୍ୟେକ ଦିନ ସାମ୍ବାଦିକଙ୍କୁ ଆକ୍ରମଣ ହେବାର ଦେଖିବାକୁ ମିଳୁଛି ସେଥିମଧ୍ୟରେ ନୟାଗଡ ଜିଲ୍ଲାରେ ସାମ୍ବାଦିକଙ୍କୁ ବାରମ୍ବାର ଆକ୍ରମଣ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତର ସରପଞ୍ଚ ଲିଙ୍ଗରାଜ ପରିଡ଼ା ଙ୍କ ଦବାଙ୍ଗ ଗିରି ଆଜି ଦିବା ୧୧.୩୦ ସମୟରେ ନୂଆଗାଁ ବ୍ଲକ ଟାଇମ୍ସ ଅଫ୍ କଳିଙ୍ଗ ର ସାମ୍ବାଦିକ ରଞ୍ଜନ କୁମାର ନାୟକ ଏବଂ ନୟାଗଡ ଦର୍ପଣ ର ସାମ୍ବାଦିକ ବିକ୍ରମ କେଶରୀ ନାୟକ

ଉଭୟ ମାଇଛେଳି ପଞ୍ଚାୟତରେ PDS ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବା ର ଖବର ପାଇ ସାମ୍ବାଦିକ ଦୋୟ ଘଟଣା ସ୍ଥଳରେ ପହଂଚି ଥିଲେ ଏବଂ ଚାଉଳ ନେଉଥିବା ଲୋକଙ୍କୁ ପଚାରି ବୁଝି ବାରେ ଜଣାପଡିଥିଲା କି ସରପଞ୍ଚ ମନ ଇଚ୍ଛା ଚାଉଳ ଓଜନ କରି ଦେଉଛନ୍ତି କାହାର ୪୦୦ ଗ୍ରାମ କମୁଛିତ କାହାର ୫୦୦ଗ୍ରାମ କମୁଅଛି ଏହି ବିଷୟରେ ଖବର ସଂଗ୍ରହ କରୁଥିବା ଖବର ଜାଣି ସରପଞ୍ଚ ଲିଙ୍ଗରାଜ ପରିଡ଼ା ତାଙ୍କର ଦବଙ୍ଗ ଗିରି ଦେଖାଇ ଉତ୍ତ୍ୟକ୍ତ ହୋଇ ଦୁଇ ସାମ୍ବାଦିକଙ୍କୁ ଗାଳି ଗୁଲଜ କରି ମାଡ ମାରିବା ସହିତ ଜୀବନରେ ମାରିଦେବା ର ଧମକ ଦେଇ ଜଣେ ସାମ୍ବାଦିକଙ୍କ ମୋବାଇଲ ଫୋନ କୁ ଛଡାଇ ନେଇ ଯାଇଥିବା ନୂଆଗାଁ ଥାନାରେ ଅଭିଯୋଗ ହୋଇଅଛି ।   ( ରିପୋର୍ଟ : ପୁଷ୍ପଲତା ପ୍ରଧାନ )

Exit mobile version