ରାୟଗଡରେ ବାମପନ୍ଥୀ ଦଳ ତରଫରୁ କରାଯାଇଥିବା ଓଡିଶା ବନ୍ଦର ପ୍ରଭାବ…

ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) ରାୟଗଡ :- ସାରା ଦେଶରେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି ଏହାର ପ୍ରତିବାଦରେ ଗୁରୁବାର ସକାଳ ଛଅ ଘଣ୍ଟା ଠାରୁ ବାର ଘଣ୍ଟା ପର୍ଯ୍ୟନ୍ତ ଛଅ ଘଣ୍ଟା ଧରି ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ସିପିଆଇ (ଏମ)ପକ୍ଷରୁ ଗଜପତି ଜିଲା ରାୟଗଡ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l

ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ଯ ବନ୍ଦ ରହିଥିଲା ଓ ମୁଖ୍ୟ ସଡ଼କ ରେ ମଧ୍ଯ ସହ ସହ ଗାଡ଼ି ଅଟକି ରହିଥିଲା। କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ଛାଡି ଦେଲେ, ସବୁକିଛି ବନ୍ଦ ରହିଥିଲା l ବ୍ଲକର ସଂଗଠନର କର୍ମକର୍ତ୍ତାମାନେ ଏହି ଧର୍ମଘଟରେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ନାରାବାଜି ଦେଇଥିଲେ l

ଧର୍ମଘଟକୁ ସଫଳ କରିବା ପାଇଁ ସହରରେ ବିଭିନ୍ନ ସ୍ଥାନରେ କର୍ମୀମାନେ ଦୋକାନ ବଜାର,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ବିଭିନ୍ନ ଦାବୀ ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଲା ମଣ୍ଡଳୀ ସଦସ୍ୟ ମୋହିତ ମିଶାଲ, ନିତ୍ୟା ଶବର, କାନ୍ୟା ଭୂୟାଁ ପ୍ରମୁଖ ନେତାଙ୍କ ସହ ଅନେକ ଲୋକେ ଓ କର୍ମୀ ଯୋଗ ଦେଇଥିବା ବେଳେ ରାୟଗଡରେ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଥାନା ଆଇଆଇସି ଗୋବିନ୍ଦ ଗୋୖଡଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପ୍ରତ୍ୟକ ଛକରେ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି

Exit mobile version