ଚାଷୀ ପଞ୍ଜିକରଣ ପାଇଁ ସଚେତନତା ରଥ

ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) ବରଗଡ଼ :- ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ବରଗଡ଼ ଏବଂ ଅତାବିରା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପଞ୍ଜିକରଣ କରାଯାଉଅଛି ।

ଏହି ଅବସରରେ ଚାଷୀ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆଜି ଏକ ରଥକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ବରଗଡ଼ ଏବଂ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ର ବିଭିନ୍ନ ଗ୍ରାମରେ ବୁଲିବ ଓ ସଚେତନତା ସୃଷ୍ଟି କରିବ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version