ଦୁଇ ନାବାଳିକା ରେଳଷ୍ଟେସନ ରୁ ଉଦ୍ଧାର – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଜୁଲାଇ , ଗୁରୁବାର ) ଓଡ଼ଗାଁ :- ଓଡ଼ଗାଁ ଥାନା ଅନ୍ତର୍ଗତ ଗିରିଡିପଲ୍ଲୀ ଗ୍ରାମର ଦୁଇ ଜଣ ନାବାଳିକା କୁ ବ୍ରହ୍ମପୁର ରେଳଷ୍ଟେସନ ଉଦ୍ଧାର କରିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ । ନାବାଳିକା ଦୁଇ ଜଣ ଦୁଇ ଭଉଣୀ । ଗତ ୮ ତାରିଖରୁ ସେମାନେ ନିଖୋଜ ଥିଲେ ।

ବହୁ ଖୋଜାଖୋଜି କରିବା ପରେ ନାବାଳିକାଙ୍କ ମାଆ ବୁଧବାର ଦିନ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଆଜି ଦୁଇ ନାବାଳିକା କୁ ଉଦ୍ଧାର କରିଥିବା ଏସପି ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version