ରଣପୁର ରେ ଭାରତ ବନ୍ଦ କୁ ସଫଳ କଲେ ସିପିଆଇଏମ୍ କର୍ମୀ

ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ରଣପୁର,ରିପୋର୍ଟ – ଅଭିମନ୍ୟୁ :- ରଣପୁର ନିର୍ବାଚନ ମଣ୍ଡଳୀର ସିପିଆଇଏମ୍ ତରଫରୁ ଦୁଇଟି ବ୍ଲକରେ ତଥା ରଣପୁର ଏନଏସି ରେ ପ୍ରତ୍ୟେକ ସରକାରୀ ଅଫିସ ଓ କୋର୍ଟ ବନ୍ଦ ରହିଥିଲା । ରଣପୁରରେ ଭାରତ ବନ୍ଦ ସଫଳ ହୋଇଛି । ଓଡିଶା ବନ୍ଦ ସକାଳ ୬ଟା ରୁ ଦିବା ୧୨ଟା ପର୍ଯ୍ୟନ୍ତ କରାଯାଇଥିଲା l ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମ୍‌ଏଲ୍‌) ଲିବରେସନ୍‌ ଓ ଫରୱାର୍ଡ ବ୍ଲକ୍‌ ଏହି ଡାକରା ଦେଇଛନ୍ତି । ଏଥିପାଇଁ ରାସ୍ତା ପଥକୁ ଅବରୋଧ କରିଛନ୍ତି ବାମପନ୍ଥୀ ଦଳ । ଏଥିପାଇଁ ଆମ ପାର୍ଟି ତରଫରୁ ରଣପୁରରେ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ,ବଜ଼ାରରେ ଓ ରାସ୍ତାରେ ପିକେଟିଂ କରା ଯାଇ ବନ୍ଦ ସଙ୍ଗଠିତ କରା ଯାଇଛି ।

ଏହି ପରିପ୍ରେକ୍ଷୀରେ ସକାଳ ୬ଟାରୁ ଦିନ ୧୨ଟା ଯାଏ ଦୋକାନ, ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା । ସେପଟେ କଂଗ୍ରେସ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଥିଲା । ଦଳ ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ସଭା ଓ ସାଇକେଲ ଯାତ୍ରା କରାଯାଇଥିଲା । ଦରବୃଦ୍ଧିର ପ୍ରତିବାଦରେ ଦିନଟିଏ ପାଇଁ ଲୋକେ ପେଟ୍ରୋଲ, ଡିଜେଲ ନ କିଣିବାକୁ ଅନୁରୋଧ କରାଯାଇଥିଲା ।

ପେଟ୍ରୋଲ, ଡିଜେଲ ଭଳି ତୈଳଜାତ ଦ୍ରବ୍ୟ ସମେତ ଖାଇବା ତେଲ, ଡାଲି, ଆଳୁ, ପିଆଜ, ଚିନି ଏବଂ ଔଷଧ ଭଳି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି । ଏଣୁ ପେଟ୍ରୋଲ ଓ ଡିଜେଲ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ଟିକସ୍‌ ତତ୍କାଳ କମାଇବାକୁ ଦାବିକରାଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, କଳାବଜାରି ବନ୍ଦ କରିବା, ପ୍ରତି ପରିବାରକୁ ମୁଣ୍ଡପିଛା ୧୦ କେଜି ଚାଉଳ ସହ ଗହମ ଓ ଖାଇବା ତେଲ ଭଳିି ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରାଯାଇଛି । ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ଯାଏ ଗ୍ରାହକଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଥିଲା । ଦରଦାମ୍‌ ବୃଦ୍ଧିକୁ ତୁରନ୍ତ ନିୟନ୍ତ୍ରଣକୁ ଆଣିବାକୁ ସରକାରଙ୍କ ପାଖରେ ଦୃଢ଼ ଦାବି ରଖାଯାଇଥିଲା । ନିତ୍ୟାନନ୍ଦ ପରିଡା, ହରିଶ୍ ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ, ଦୁଃଶାସନ ଜେନା, ରଜତ ଜେନା, ବୁଲୁ ମାହାନ୍ତି, ଗଦାଧର ପ୍ରଧାନ, ସବ୍ୟସାଚୀ ସେନାପତି, ଭିକାରୀ ସାହୁ, ପୁର୍ଣ୍ଣିମା ମହାପାତ୍ରଙ୍କ ସହ ବହୁ ସିପିଏମ କର୍ମୀ ରଣପୁରରେ ଏହି ବନ୍ଦ ଡାକରାରେ ସାମିଲ ହୋଇ ବନ୍ଦ ଡାକରାକୁ ସଫଳ କରିଥିଲେ l

Exit mobile version