ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାରରାଇରଙ୍ଗପୁର :- ଜୁଲାଇ ୬ ତାରିଖରେ ଝାଡ଼ଖଣ୍ତ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଛନ୍ତି । ଶ୍ରୀମତୀ ମୁର୍ମୁ ରାଞ୍ଚି ରାଜଭବନରୁ ହେଲିକ୍ୟାପ୍‌ଟର ଯୋଗେ ବାହାରି ରାଇରଙ୍ଗପୁର କଚେରି ପଡ଼ିଆରେ ସକାଳ ୧୧ଟା ୧୫ରେ ଅବତରଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ।

ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, ସାରସକଣା ବିଧାୟକ ଡ.ବୁଢ଼ାନ୍‌ ମୁର୍ମୁ, ରାଇରଙ୍ଗପୁର ଏଏସ୍‌ପି ମନୋରଞ୍ଜନ ବିଶ୍ବାଳ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ମନୋଜ କୁମାର ଦାସ, ଟାଉନ୍‌ ସଭାପତି ମନୋଜ କୁମାର ଦାସ, ଏସ୍‌ସି ମୋର୍ଚ୍ଚା ସଭାପତି କିଶୋର ରଜକ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ କୁମାର ମହାନ୍ତ, ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,

ଶିବ କୁମାର ଅଗ୍ରୱାଲ, ଶଶାଙ୍କ କୁମାର, ଜିତେନ୍ଦ୍ର ବାରିକ, ବରିଷ୍ଠ ନେତା ଇଶାନ ମିଶ୍ର, ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ଶ୍ୟାମଚରଣ ଟୁଡୁ, ପ୍ରହ୍ଲାଦ ପୂର୍ତିଙ୍କ ସମେତ ରାଇରଙ୍ଗପୁର ନାଗରିକ ମଞ୍ଚ, ବାର୍‌ ଆସୋସିଏସନ୍‌, ବ୍ରହ୍ମକୁମାରୀ, ପ୍ରେସ୍‌ କ୍ଲବ୍, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ ଆଦି ଅନୁଷ୍ଠାନର ସଦସ୍ୟମାନେ ଦ୍ରୌପଦୀଙ୍କୁ ଜନ୍ମମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦୁର୍ଗାମଣ୍ଡପସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଦ୍ରୌପଦୀ ମାଲ୍ୟାର୍ପଣ କରିବା ପରେ ନିଜ ଘର ମହୁଲଡ଼ିହା ଅଭିମୁଖେ ଯାଇଥିଲେ (ଦୀପ୍ତିମାନ ପତି, ମୟୂରଭଞ୍ଜ)

Exit mobile version