ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଫ୍ଲୋଟର୍ ଫଣ୍ଡ୍ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ , ବୁଧବାର ) ଭୁବନେଶ୍ୱର :- ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ମୁୃ୍ୟଚୁଆଲ୍ ଫଣ୍ଡ୍‌ ସଂସ୍ଥା ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଫ୍ଲୋଟର୍ ଫଣ୍ଡ୍‌କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଡେବ୍‌ଟ ସ୍କିମ୍‌ ଯେଉଁଥିରେ ଫ୍ଲୋଟିଂ ରେଟ୍‌ର ଆର୍ଥିକ ଉପକରଣରେ ନିବେଶ କରାଯାଏ । ଏହି ଫଣ୍ଡ୍‌ର ୮୦% ରାଶିକୁ ଏଏଏ/ଏ+ ରେଟିଂ ପାଇଥିବା ଷ୍ଟକ୍‌ରେ ଏବଂ ୨୦% ରାଶିକୁ ଏଏ ଷ୍ଟକ୍‌ରେ ନିବେଶ କରାଯିବ । ଏହି ଫଣ୍ଡ୍‌ରେ ସର୍ବନିମ୍ନ ନିବେଶ ଅବଧି ହେଉଛି ୧୨-୧୮ ମାସ । ହାରାହାରି ମାଚ୍ୟୁରିଟି ଅବଧି ହେଉଛି ୬-୧୮ ମାସ । ସର୍ବନିମ୍ନ ଏନ୍‌ଏଫ୍‌ଓ ରାଶି ପରିମାଣ ହେଉଛି ୫୦୦୦ ଟଙ୍କା ଏବଂ ଏହା ପରେ ଏକ ଟଙ୍କା ଗୁଣିତକ ହିସାବରେ ରାଶି ବଢ଼ିବ । ଆକ୍ସିସ୍ ଫ୍ଲୋଟର୍‌ ଫଣ୍ଡ୍‌ର ଏନ୍‌ଏଫ୍‌ଓ ତାରିଖ ହେଉଛି ୨୦୨୧ ଜୁଲାଇ ୧୨ । ଆକ୍ସିସ୍ ଫ୍ଲୋଟର୍ ଫଣ୍ଡ୍‌ରେ ଅନେକ ସୁବିଧା ରହିଛି । ଏହା ନିବେଶର ଏଭଳି ମିଶ୍ରଣ ପ୍ରଦାନ କରୁଛି ଯାହା କମ୍ ସମୟରେ ରିଟର୍ଣ୍ଣ ପାଇବାକୁ ଚାହୁଁଥିବା ନିବେଶକମାନଙ୍କୁ ସୁହାଇବ । ଡେବ୍‌ଟ ପୋର୍ଟଫୋଲିଓ ହୋଇଥିବାରୁ ଏଥିରେ ସୁଧ ହାର ବିପଦ କମ୍ ରହିବ । ସ୍ୱଳ୍ପମିଆଦୀ ଭିତ୍ତିରେ ଅନ୍ୟାନ୍ୟ ପାରମ୍ପରିକ ଉପକରଣ ତୁଳନାରେ ଏହା ବିପଦରୁ ଅଧିକ ସୁରକ୍ଷା ପ୍ରଦାନ କରିବ ।

ଏଥିରେ ସୁଧ ହାର ବିପଦକୁ ଉଚିତ ଢଙ୍ଗରେ ପରିଚାଳନା କରାଯିବ । ଦେଶର ଅର୍ଥନୀତି କରୋନା ମହାମାରୀ କବଳରୁ ବାହାରି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ହେଉଛି । ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ଥିବାରୁ ସୁଧ ହାର ଏବେ ସର୍ବନିମ୍ନ ସ୍ତରରେ ରହିଛି । ଆଗକୁ ଏହା କେବଳ ବଢ଼ିବ । ପାରମ୍ପରିକ ଭାବେ ଦେଖିବାକୁ ଗଲେ ସଙ୍କଟ ସମୟ ଦୂର ହେବା ପରେ ସୁଧ ହାରରେ ଦ୍ରୁତ ବୃଦ୍ଧି ଘଟିଥାଏ । ୨୦୦୮-୨୦୧୧ ଏବଂ ୨୦୧୨-୨୦୧୪ରେ ଏଭଳି ଘଟଣା ଘଟିଥିଲା । ତେଣୁ ଏହି ଫଣ୍ଡ୍‌ରେ ନିବେଶ କରିବା ଲାଗି ଏହାକୁ ଉପଯୁକ୍ତ ସମୟ ଭାବେ ବିଚାର କରାଯାଉଛି । ଯେଉଁମାନେ ଡେବ୍‌ଟରେ ନିବେଶ କରିବାକୁ ଚାହୁଁଛନ୍ତି ଏହା ସେମାନଙ୍କ ପାଇଁ ଏକ ଉପଯୁକ୍ତ ଫଣ୍ଡ୍ । ଏ ସମ୍ପର୍କରେ ଶ୍ରୀଯୁକ୍ତ ଚନ୍ଦ୍ରେଶ ନିଗମ, ଏମ୍‌ଡି ଓ ସିଇଓ, ଆକ୍ସିସ୍‌ ଏଏମ୍‌ସି କହିଛନ୍ତି ଯେ, “ଆକ୍ସିସ୍ ଏଏମ୍‌ସିରେ ଆମେ ସର୍ବଦା ସମୟ ଠାରୁ ଆଗରେ ରହିବା ଏବଂ ସମ୍ପତ୍ତି ସୃଷ୍ଟି କରିବା ଲାଗି ନିବେଶକମାନଙ୍କୁ ପ୍ରତିଶ୍ରୁତିପୂର୍ଣ୍ଣ ମାଧ୍ୟମ ପ୍ରଦାନ କରିବାରେ ବିଶ୍ୱାସ କରୁ । ପ୍ରତି ନିବେଶକଙ୍କ ଭିନ୍ନ ଲକ୍ଷ୍ୟ, ବିପଦ ଗ୍ରହଣ କରିବାର କ୍ଷମତା ଭିନ୍ନ ଭିନ୍ନ ଏବଂ ନିର୍ଧାରିତ ଲକ୍ଷ୍ୟକୁ ହାସଲ କରିବାର ସମୟ ମଧ୍ୟ ଭିନ୍ନ ରହିଥାଏ । ତେଣୁ ଆମେ ବ୍ୟକ୍ତିଗତ ଭାବେ ସୁହାଇବା ଭଳି ଏବଂ ଚତୁରତାର ସହ ବିଭିନ୍ନ ନିବେଶ ବିକଳ୍ପକୁ ନେଇ ଆମ ନିବେଶକମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ । ଅର୍ଥନୈତିକ ସ୍ଥିତିରେ ପର୍ଯ୍ୟାୟକ୍ରମେ ସୁଧାର ହେଉଛି ଓ ସ୍ୱାଭାବିକତା ଫେରୁଛି । ଚାହିଦାରେ ବୃଦ୍ଧି ହେବାର ଏହା ପ୍ରାରମ୍ଭିକ ସଙ୍କେତ ଏବଂ ଆମର ବିଶ୍ୱାସ ରହିଛି ଯେ ନୂତନ ଅଭିବୃଦ୍ଧି ଚକ୍ରର ଦ୍ୱାରଦେଶରେ ଆମେ ରହିଛୁ । ଦେଶ ନିମ୍ନ ସୁଧ ହାରରୁ ଆଗକୁ ବଢ଼ିବ ଏବଂ ମଧ୍ୟବର୍ତୀକାଳୀନ ସମୟରେ ସୁଧ ବୃଦ୍ଧି ହେବ । ଏହି ଫଣ୍ଡ୍ ଉନ୍ମୋଚନ ସହିତ ଆମର ବିଶ୍ୱାସ ରହିଛି ଯେ ଏହା ନିବେଶକଙ୍କୁ ଲାଭ ପ୍ରଦାନ କରିବ ।’’

Exit mobile version