ବିଦେଶରେ ବନ୍ଧା ଥିବା ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ମା ମୃତ, ବାପାର ଆକୁଳ ନିବେଦନ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ, ବୁଧବାର ) ଢେଙ୍କାନାଳ :- ଚାକିରୀ କରିବାକୁ ଯାଇ ବିଦେଶରେ ବନ୍ଧା ଥିବା ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ଝୁରି ଝୁରି ଜଣେ ମା ର ମୃତ୍ୟୁ ଘଟିଛି। ପୁଅକୁ ଫେରାଇ ଆଣିବା ପାଇଁ ବାପା ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମରେ ।

ସୂଚନା ମୁତାବକ, ଗ୍ରାମର ରଂଜନ କୁମାର ନନ୍ଦଙ୍କ ଏକ ମାତ୍ର ପୁତ୍ର ସବ୍ୟସାଚି ନନ୍ଦ(୨୮) ଜଣେ ବିଟେକ ଇଞ୍ଜିନୟର ଭାବେ ୩ ମାସ ପାଇଁ ସାଉଥ ଆଫ୍ରିକାର ଏକ ଘରୋଇ ଫାର୍ମ ହାଉସକୁ (ବର୍ମା କଲଚର ନାମକ) ପ୍ରଯୁକ୍ତିବିଦ୍ୟା ନିମନ୍ତେ ୨୦୨୦ ମସିହାରେ ଯାଇଥିଲେ। ଫେରିବା ପୂର୍ବରୁ କୋଭିଡ଼ ଯୋଗୁ ଘରକୁ ଫେରି ପାରିନଥିଲେ । ସେହି ସମୟରେ ଭିସା ଓ ପାସପୋଟର ଆବଧି ଶେଷ ସୋଇଯାଇଥିଲେ ମଧ୍ୟ ପୁନଶ୍ଚ ସେ ଆବେଦନ କରିଥିଲେ । ଏହାରି ଭିତରେ ସେ ରହୁଥିବା ଫାର୍ମ ହାଉସ ପରିସରରେ ଏକ ହତ୍ୟାକାଣ୍ଡ ମାମଲାରେ ଗତ ଫେବୃଆରୀ ମାସରେ ସେଠିକାର ପୋଲିସ ସବ୍ୟସାଚୀଙ୍କ ଭିସା ପାସପୋର୍ଟ,

ମୋବାଇଲ ଜବତ କରିବା ସହିତ ପ୍ରତ୍ୟେକ୍ଷ ଦର୍ଶି ଭାବେ ପୋଲିସ ନିଜରରେ ରହିଛନ୍ତି। ସବ୍ୟସାଚିଙ୍କ ମା ପୁଅ ନଫେରିବା ଚିନ୍ତାରେ ଗତ ୭ ତାରିଖରେ ମାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ପୁଅର ଆସିବା ବାଟକୁ ଚାହିଁ ପରିବାରର ଲୋକଙ୍କ ଆଖିରୁ ଲୁହ ଝରୁଛି। ପୁଅକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । (ରିପୋର୍ଟ୍, ଅମର ରଞ୍ଜନ ଦାସ) 

Exit mobile version