ତହସିଲଦାର ଙ୍କ ଦ୍ଵାରା ମେସିନ ଓ ଗାଡି ଜବତ

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ, ବୁଧବାର ) ଛତିଆ :- ଜାଯପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀ ଥାନା ଅଧିନରେ ଥିବା ବୈରୀ ଞ୍ଚଳରେ ଚାନକ ଚଢ଼ାଉ କରି । ଦର୍ପଣ ତହସିଲଦାର ଶ୍ରୀ ପ୍ରଦୀପ କୁମାର ସେଠୀ ଏବଂ ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଗୁରୁ ଦୁଇ ଅଧିକାରୀ ଏଠାରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ତହସିଲ୍ ଅଞ୍ଚଳର ବିକ୍ଷିପ୍ତ ସ୍ଥାନରେ ଯେଉଁଠି ଯେତେବେଳେ ବେଆଇନ୍ ମାଙ୍କଡ଼ା ପଥର, ମୋରମ, ନଦୀ ବାଲି ଓ ମାଟି ଲୁଟି ହେଉଥିବା ଖବର ପାଇଛନ୍ତି ;

ସଙ୍ଗେ ସଙ୍ଗେ ଚଢ଼ାଉ କରି ଖନନ ଓ ପରିବହନ କାର୍ଯ୍ୟରେ ବ୍ୟବହୃତ ମେସିନ୍ ଓ ଗାଡ଼ି ସବୁକୁ ଜବତ୍ କରି ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ଆଇନ୍ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି ! କୌଣସି ବି ଚାପ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ନିକଟରେ ତୁଚ୍ଛ ହୋଇ ଯାଇଥିବା ମଧ୍ୟ ପରିଲକ୍ଷିତ ହୋଇଛି ଏବଂ ଲଘୁ ଖଣିଜ ଚୋର ମାନଙ୍କ ନିଦ ହଜାଇ ଦେବାରେ ସେମାନେ ଏକ ପ୍ରକାର ସଫଳ ହୋଇଛନ୍ତି !

ତଥାପି କାଁ ଭାଁ ଚୋରି ହେଉଥିଲେ ମଧ୍ୟ ସେମାନେ ଚୁପ୍ ବସି ନ ଯାଇ ଆଜି ମଧ୍ୟ ପୁଣି ବୈରୀ ଅଞ୍ଚଳରେ ବେଆଇନ୍ ମାଙ୍କଡ଼ା ପଥର ଖନନ ଓ ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ଏକ ପ୍ରୋକ୍ଲିନ ମେସିନ୍ ଓ ଏକ ଟ୍ରକକୁ ଜବତ୍ କରି ବୈରୀ ପୋଲିସ୍ ଜିମାରେ ଦେଇଛନ୍ତି ! ସେମିତି ଜାରି ରହୁ, ସାଧାରଣ ଜନତା ଏଥିରେ କିନ୍ତୁ  (ରିପୋର୍ଟର ଚନ୍ଦ୍ରଶେଖର ପୃଷ୍ଟି ଛତିଆ )

Exit mobile version