ଭୁବନେଶ୍ୱର, ସହିଦ ନଗର ଥାନା ପୋଲିସ ଓ QATକୁ ମିଳିଛି ବଡ ଧରଣର ସଫଳତା  ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର – ୨ ଜଣ ଅଭିଯୁକ୍ତକୁ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ ବୁଧବାରଭୁବନେଶ୍ୱର :- ଭୁବନେଶ୍ୱର, ସହିଦ ନଗର ଥାନା ପୋଲିସ ଓ QATକୁ ମିଳିଛି ବଡ ଧରଣର ସଫଳତା  ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର – ୨ ଜଣ ଅଭିଯୁକ୍ତକୁ ଗିରଫ । ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ୫୫୦ ଗ୍ରାମ ଓଜନର ବ୍ରାଉନ ସୁଗାର ସହ ପୋଲିସ ନଗଦ ୩୪ ଲକ୍ଷ ଟଙ୍କା, ଗୋଟିଏ କାର, ୨ଟି ବାଇକ ଜବତ କରିବା ସବ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ସହିଦ ନଗର ଥାନା ପୋଲିସ ଓ QAT ସହାୟତାରେ କମିସନରେଟ୍ ପୋଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି ।

ବ୍ରାଉନ ସୁଗାର (Brown Sugar) କାରବାରରେ କମିସନରେଟ ପୋଲିସକୁ ବଡ଼ ସଫଳତା ମିଳିଛି । ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କ ସମେତ ଦୁଇ ଡ୍ରଗ୍ସ ମାଫିଆକୁ ମଧ୍ୟ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମଣ୍ଟୁ ରାଉତ ଓ ପିଙ୍କି ଦାସ । ଅନ୍ୟପଟେ ଏହି ଧଳା ଜହର କାରବାରର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଛି। ବୁଲିବା ପରେ Kolkata ସହରରୁ Bangladeshi Terrorist ଗିରଫ

ଚଢ଼ାଉ ବେଳେ ଘରୁ ପାଖାପାଖି ନଗଦ ୩୪ ଲକ୍ଷ ୮୦ ଟଙ୍କା ହଜାର ଟଙ୍କାର ନଗଦ କରାଯାଇଛି । ଗିରଫ ଯୁବକଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟସ ୨୮ ବର୍ଷ ବୋଲି ଜଣପାଡ଼ିଛି । ଏଥିସହ ୫୫୦ ଗ୍ରାମର ବ୍ରାଉନସୁଗର, ୬ଟି ମୋବାଇଲ୍ ଫୋନ୍, ଦୁଇଟି ବାଇକ୍ (ୟାମାହା ଓ ଟିଭିଏସ୍ ଆପାଚି) ଓ ଗୋଟିଏ ମାରୁତି ସୁଜୁକି କାର୍ ଜବତ ହୋଇଛି । ତେବେ ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୫୫ ଲକ୍ଷ ହେବ ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତିର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଏହି ଗ୍ୟାଙ୍ଗ ମୁଖ୍ୟତଃ ଶ୍ରମିକ, ସ୍ଥାନୀୟ ଅଧିବାସୀ, ଛାତ୍ର, ବେରୋଜଗାରୀ ଯୁବକମାନଙ୍କୁ ଟାର୍ଗେଟ୍ କରୁଥିଲା । ଏନେଇ ସବିଶେଷ ସୂଚନା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରଦାନ କରିଛନ୍ତି । ତେବେ ଏହି ରାକେଟର ପର୍ଦ୍ଦାଫାସ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଏନେଇ ପୋଲିସ ଅଧିକ ତଥ୍ୟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି । ବିପୁଳ ପରିମାଣର ବ୍ରାଉନସୁଗର ରାଜ୍ୟକୁ କିପରି ଆସିଲା ଓ ରାଜ୍ୟ ବାହାରର ଅପରାଧୀଙ୍କ ସହ ଲିଙ୍କ ନେଇ ପୋଲିସ ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି ।- 

Exit mobile version