ଖପ୍ରାଖୋଲ ବ୍ଲଜ ରେ ନୂତନ ଭାବେ ଯୋଗ ଦେଇଥିବା ବି ଇ ଓ ସୁରେନ୍ଦ୍ର କୁମାର ପୁରୋହିତ ଙ୍କୁ ସିଆରସିସି ଙ୍କ ତରଫରୁ ସ୍ୱାଗତ

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ ବୁଧବାରପାଟଣାଗଡ଼ :- ବୁଧବାର ଖପ୍ରାଖୋଲ ବ୍ଲକ ରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ସୁରେନ୍ଦ୍ର କୁମାର ପୁରୋହିତ ଙ୍କୁ ବ୍ଲକ ଅନ୍ତର୍ଗତ ସିଆରସିସି ମାନଙ୍କ ଦ୍ୱାରା ଏବିଇଓ ବୀରେନ୍ଦ୍ରକୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି I କୋଭିଡ ର ନିୟମାବଳୀ ଅବଲମ୍ବନ ସହ ଅନୁଷ୍ଠିତ ସମାରୋହ ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୁହାସିଂହା ସିଆରସିସି ମିତ୍ରଭାନୁ ପଧାନ ସମସ୍ତଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଏହାପରେ ବାଞ୍ଜିପାଲି ବିଦ୍ୟାଳୟର ଶିକ୍ଷୟିତ୍ରୀ କବୟିତ୍ରୀ ସାବିତ୍ରୀ ସାହୁ ଏକ ସୃତି ମଧୁର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ସି ଆର ସି ସି ସଂଗଠନ ର ଵୟୋକନିଷ୍ଠ ଫୁଲକିମୁଣ୍ଡା ସିଆରସିସି ଶଙ୍ଖାଧର ମାଝୀ ଓ ଦମେଇପାଲି ସିଆରସିସି ସୁବାଷ ନାଗ ଯଥାକ୍ରମର ସଂଗଠନ ତରଫରୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ବିଇଓ ଶ୍ରୀ ପୁରୋହିତ ଙ୍କୁ ସମ୍ମର୍ଦ୍ଧନା କରିଥିଲେ l

ଖପ୍ରାଖୋଲ ବ୍ଲକ ସିଆରସିସି ସଂଗଠନର ସଭାପତି ବନମାଳୀ ସାହୁ ସଂଗଠନ ତରଫରୁ ଦିପଦ ରଖି ଅଭିଭାଷଣ ପ୍ରଦାନ କରିଥିଲେ l ଶ୍ରୀ ସାହୁ ସିଆରସିସି ମାନଙ୍କ କାର୍ଯ୍ୟ ଓ ଭୂମିକା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ ଯେ, ବର୍ତମାନ ର ସରକାରଙ୍କ ଶୈକ୍ଷିକ କାର୍ଯ୍ୟ ତୁଳନାରେ ଅଣଶୈକ୍ଷିକ କାର୍ଯ୍ୟ ମୁଖ୍ୟ ହୋଇଗଲାଣି l ସିଆରସିସି ଙ୍କ ସଂଯୋଜନା କାର୍ଯ୍ୟ ରେ ଅଧିକାରୀ ଗଣ ସହଯୋଗ ଓ ଆବଶ୍ୟକୀୟ ପରାମର୍ଶ ରଖିବାକୁ ଅନୁରୋଧ କରିଥିଲେ l ସମାରୋହରେ ଏବିଇଓ ବୀରେନ୍ଦ୍ର କୁମାର ସାହୁ ଓ ମୀନକେତନ ବରିହା ବିଇଓ ଆଜ୍ଞା ଙ୍କ ସମ୍ପର୍କରେ ଓ ବିଇଓ ଏବଂ ସିଆରସିସି ର ସହ ସମ୍ପର୍କ ସମ୍ବନ୍ଧରେ ମତ ରଖିଥିଲେ l

ଶ୍ରୀ ବିଇଓ ମହୋଦୟ ସ୍ୱାଗତ ସମାରୋହ ରେ ସଂମର୍ଦ୍ଧନା କାର୍ଯ୍ୟସକାଶେ ଖୁସି ଅଭିବ୍ୟକ୍ତି ସହ ସମସ୍ତ ସରକାରୀ କାର୍ଯ୍ୟ କୁ ସରସ ଓ ସୁସଂଗଠିତ ଭାବରେ ସଠିକ ସମୟରେ ସମ୍ପାଦନ କରି ବ୍ଲକ କୁ ଜିଲ୍ଲା ସ୍ତରରେ ଆଗ ଧାଡିରେ ରଖିବାକୁ ଆହ୍ୱାନ ଦେଇଥିଲେ l ଏହା ସହ ସିଆରସିସି ମଧ୍ୟ କ୍ଲଷ୍ଟର ସ୍ତରୀୟ ଅଧିକାରୀ ଓ ଜଣେ ଶିକ୍ଷା ବିଭାଗର ଆଗ ଧାଡିର ସେନାପତି ବୋଲି କହିଥିଲେ l ଶେଷରେ ଲାଠୋର ସିଆର ସି ସି କୁଞ୍ଜବିହାରୀ ସରାଫ ନିଜ ମତ ରଖିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ l ( ଗୋରେଖନାଥ ବରିହା)

Exit mobile version