କ୍ରେଡିଟ ଆକ୍ସେସ୍ ଗ୍ରାମୀଣ ଲିମିଟେଡ ପକ୍ଷରୁ ମାସ୍କ ,ସାନିଟାଇଜର ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୧୪ଜୁଲାଇ , ବୁଧବାର ) କଳାହାଣ୍ଡି :-  କରୋନା ମହାମାରୀକୁ ଆଖି ଆଗରେ ରଖି ବିଭିନ୍ନ ସଂସ୍ଥା ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଉଛି। ଏହି କ୍ରମରେ ନର୍ଲାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କ୍ରେଡିଟ ଆକ୍ସେସ୍ ଗ୍ରାମୀଣ ଲିମିଟେଡ ତରଫରୁ ନର୍ଲା ଥାନା କର୍ମଚାରୀ ଓ ସାମ୍ବାଦିକ ବନ୍ଧୁ ମାନଙ୍କୁ ମାକ୍ସ,ସାନିଟାଇଜର, ଅକ୍ସିମିଟର ପ୍ରଭୃତି ବଣ୍ଟନ କରାଯାଇଛି। କରୋନାରୁ କିପରି ଲୋକେ ମୁକ୍ତ ହେବେ ଓ ସାମାଜିକ ଦୂରତାକୁ ବଜାୟି ମାକ୍ସ ଲଗାଇବେ ବାରମ୍ବାର ହାତକୁ ସାନିଟାଇଜର କରିବେ ତେବେ ଯାଇ ଆମେ ଏହି ମହାମାରୀରୁ ରକ୍ଷା ପାଇବା ବୋଲି କ୍ରେଡିଟ ଆକ୍ସେସ୍ ଗ୍ରାମୀଣ ଲିମିଟେଡର

ବ୍ରାଞ୍ଚ ମ୍ୟାନେଜର ରଜନୀ କାନ୍ତ ପ୍ରଧାନ ପ୍ରକାଶ କରିଥିଲେ। ପ୍ରଚାର ପ୍ରସାର କରି ଜନସାଧାରଣଙ୍କୁ କିପରି ସଚେତନ କରାଯିବ ତାହା ଗଣ ମାଧ୍ୟମର ଭୂମିକା ବୋଲି ଅନ୍ୟତମ ମ୍ୟାନେଜର ସନ୍ତୋଷ ପାତ୍ର କହିଥିଲେ। ଉକ୍ତ ଘରୋଇ ସଂସ୍ଥା ପକ୍ଷରୁ ଧର୍ମରାଜ ବିଶି, ଟେନିସ ବେହେରା, ଦିଲ୍ଲୀପ କୁମାର ମାଝୀ, ସୁଶାନ୍ତ ନାଏକ, ମନିଷା ସେନାପତି, ତେରେସା ଦୀପ, କିର୍ତ୍ତନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ଠାକୁର, ତ୍ରିଲୋଚନ ଗଉଡ, ପ୍ରଦୀପ କୁମାର ଗଉଡ, ସୁମିତ ଶର୍ମା, ସଞ୍ଜିବ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version