ସାଂସଦଙ୍କ କଣ୍ଟେଇକୋଳିଆ ସ୍ଥିତ ବାୟାବାବା ମଠର ଗୋ ସମ୍ପଦ ଓ ଦୁର୍ଗା ପ୍ରସାଦ ଗ୍ରାମ ପରିଦର୍ଶନ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ ( ୧୩ ଜୁଲାଇ , ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲା ସାଂସଦ ଶ୍ରୀ ମହେଶ ସାହୁ ଆଜି ସକାଳେ ସହର ଉପକଣ୍ଠ କଣ୍ଟେଇକୋଳିଆ ସ୍ଥିତ ନାମାଚାର୍ଯ୍ୟ ବାୟାବାବା ମଠ ପରିଦର୍ଶନ କରି ସେଠାରେ ଥିବା ଗୋଶାଳା ବୁଲି ଦେଖିବା ସହ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଗୋଶାଳାର ଗାଇ ଗୋରୁଙ୍କ ପାଇଁ ସ୍ଥାୟୀ ଜମି ମିଳିନଥିବାରୁ ସାଂସଦ କ୍ଷୋଭ ପ୍ରକାଶ କରିବା ସହିତ ଗାଈଗୋରୁ ମାନଙ୍କର ରହିବା ପାଇଁ ଦୁଇଟି ସେଡ୍ କରିବା ଓ ଗୋମୂତ୍ର,ଗୋବର ଇତ୍ୟାଦି ବିଭିନ୍ନ ପ୍ରକାରର ସରଞ୍ଜାମ ତିଆରି କରାଯାଇ ବେକାର ସମସ୍ୟା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ସେହିପରି ପୂର୍ବାହ୍ନରେ ଦୁର୍ଗା ପ୍ରସାଦ ଗ୍ରାମ ପରିଦର୍ଶନ କରି ଲୋକଙ୍କ ଠାରୁ ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝି ତାହାର ସମାଧାନ କରିବା ପ୍ରତିଶ୍ରୁତି ଦେଇଥିଲେ। ଏହି ଗ୍ରାମର ଲୋକସଂଖ୍ୟା ୧୮୦୦ ଓ ଭୋଟର୍ ୧୧୦୦ ହୋଇଥିବା ସ୍ଥଳେ ଦୀର୍ଘ ଦଶ ବର୍ଷ ହେଲା ଏହି ଗ୍ରାମକୁ ରେଭିନ୍ୟୁ ଭିଲେଜ୍ ନିମନ୍ତେ ଦାବି ହୋଇ ଆସୁଛି ଏବଂ ଏଠାରେ ଥିବା ୫୭ ଏକର ଜଳାଶୟ ଜମିକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଓ ଜନ ଜାଗ୍ରତ ମଞ୍ଚ ଦାବି କରି ଆସୁଥିଲେ।

ଦାବି ମୁତାବକ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ତଦାରଖ କରି ଆଠ ଲକ୍ଷ ଟଙ୍କାର ଅଟକଳ କରାଯାଇ ମୁଖ୍ୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଏହାକୁ କାର୍ଯ୍ୟକାରୀ କରାଇବାକୁ ଜନସାଧାରଣ ସାଂସଦଙ୍କ ନିକଟରେ ନିବେଦନ କରିଥିଲେ । (ରିପୋର୍ଟ୍ ଅମର ରଞ୍ଜନ ଦାସ), ଢେଙ୍କାନାଳ

Exit mobile version